ନବୀନ ନିବାସ ସମ୍ମୁଖରେ ସୁଶାନ୍ତଙ୍କୁ ବିରୋଧ

(ସରୋଜ ରାଉତ) ଭୁବନେଶ୍ୱର: ଛେଣ୍ଡିପଦା ବିଜେଡି ପ୍ରାର୍ଥୀ ସୁଶାନ୍ତ ବେହେରାଙ୍କୁ ବିରୋଧ କରି ଆଜି ନବୀନ ନିବାସ ସମ୍ମୁଖରେ ଶତାଧିକ ଛେଣ୍ଡିପଦାବାସୀ ବିକ୍ଷୋଭ କରିଥିଲେ । ବିକ୍ଷୋଭକାରୀ ଛେଣ୍ଡିପଦାରୁ ସୁଶାନ୍ତଙ୍କ ବଦଳରେ ଅନ୍ୟ କାହାକୁ ବି ଛିଡା କରାଗଲେ ସେମାନଙ୍କ କିଛି ସମସ୍ୟା ନଥିବା କହିଛନ୍ତି । ଛେଣ୍ଡିପଦା ଅଞ୍ଚଳରେ ସୁଶାନ୍ତଙ୍କୁ ନେଇ ଜନଅସନ୍ତୋଷ ଲାଗି ରହିଥିବା ବେଳେ ସୁଶାନ୍ତୁଙ୍କୁ ଟିକେଟ ମିଳିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ତାଙ୍କ ଅଞ୍ଚଳବାସୀ ।