ନବୀନ ଜନତା ଦଳକୁ ଭାଙ୍ଗି ବିଜୁ ଜନତା ଦଳ କରିଛନ୍ତି : ଦାମ ରାଉତ

(ରିିପୋର୍ଟସ ଟୁଡ଼େ / ଉୁବନେଶ୍ୱର ) : ଓଡିଆ ମହିଳାଙ୍କ ଶ୍ରେଷ୍ଠ ସମ୍ପଦ ହେଉଛି ଇଜ୍ଜତ । କିନ୍ତୁ ୪ ବର୍ଷରୁ ୧୪ ବର୍ଷ ଧରି ସେମାନେ ଧର୍ଷଣର ଶୀକାର ହେଉଛନ୍ତି । ବିଜୁ ବାବୁ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ସ୍ୱପ୍ନରେ ରହି ଯାଇଛି । ସେମାନଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଉଛି ବୋଲି ଦାମଦୋର ରାଉତ କହିଛନ୍ତି । ଆସନ୍ତା କାଲି ବିଜେପିରେ ମିଶିବା ପରେ ଆଜି ଭୁବନେଶ୍ୱର ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ଏକ ସମାବେଶରେ ଯୋଗ ଦେଇ ଶ୍ରୀ ରାଉତ ଏହା କହିଛନ୍ତି । ଓଡିଶାବାସୀଙ୍କୁ ବିଜେପି ଏକ ଦୁର୍ନିତୀ ମୁକ୍ତ ଓ ସୁସ୍ଥ ସରକାର ଦେଇ ପାରିବ ବୋଲି ମୋତେ ଅନୁମାନ ହେବାରୁ ମୁଁ ଏହି ଦଳର ଯୋଗ ଦେଇଛି ବୋଲି ସେ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି କି , ବିଜୁ ବାବୁଙ୍କ ଦେହାନ୍ତ ପରେ ନବୀନଙ୍କୁ ବିଜେଡି ଦଳ ଗଢିବାରେ ଯେଉଁମାନେ ସହେଯାଗ କରିଥିଲେ ଆଜି ସେହି ପୁରୁଖା ନେତାଙ୍କୁ ଜଣେ ପରେ ଜଣେ କରି ନବୀନ ଅପମାନ ଦେଇ ବିଦା କରିଛନ୍ତି । ବିନା କାହାର ପରାମର୍ଶ ନେଇ ନବୀନ ଜନତା ଦଳକୁ ଭାଙ୍ଗି ବିଜୁ ଜନତା ଦଳ କରିଛନ୍ତି । ଆଜି ତାଙ୍କୁ ଘେରି ରହିଥିବା ନେତାମାନେ ସବୁ ସାଧାରଣ ନିର୍ବାଚନରେ ରହିବା ପାଇଁ ଅଯୋଗ୍ୟ । ନବୀନ ଯେଉଁମାନଙ୍କୁ ରାଜନୀତିକୁ ଆଣିଛନ୍ତି ସେମାନେ ରାଜନୀତିରେ ବ୍ୟାପାର କରିବାକୁ ଆସିଛନ୍ତି । ଏବେ ଯିଏ ବିଜୁ ଜନତା ଦଳକୁ ଆସୁଛି ସିଏ କୋଟିପତି ହୋଇ ଯାଉଛି ।
ବର୍ତମାନ ଏକ ପରିବର୍ତନର ସୂର୍ୟ୍ୟ ଉଦୟ ହେଉଛି । ଏହି ପରିବର୍ତନରେ ପାପର ଧ୍ୱଂସ ହେବ । ତେଣୁ ଏହି ସୂର୍ୟ୍ୟକୁ ମଧ୍ୟାହ୍ନରେ ପହଂଚାନ୍ତୁ ବୋଲି ସେ ରାଜ୍ୟର ମହିଳାମାନଙ୍କୁ ନିବେଦନ କରିଛନ୍ତି । ଏହି ଯୋଗ ଦେବା ଅବସରରେ ବହୁ ସଂଖ୍ୟାରେ ଲୋକମାନେ ଯୋଗ ଦେଇଥିବା କାରଣରୁ ଦାମ ଧନ୍ୟବାଦ ଜ୍ଞାପନ କରିବା ସହ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରୁ ଆସିଥିବା ସମସ୍ତ ଜନତାଙ୍କୁ ସାଧୁବାଦ ଜଣାଇଛନ୍ତି । ଜଗତ ସିଂହ ପୁରରେ ବିଜୁ ଜନତା ଦଳର ପାଦ ଚିହ୍ନ ଲିଭେଇବା ପାଇଁ ସେ ସର୍ବସାଧାରଣରେ ନିବେଦନ କରିଛନ୍ତି ।