( ଅଜିତ ସାହୁ / ଜଳେଶ୍ୱର): ନାବାଳିକା ଝିଅକୁ ଧରମ ବାପା କଲା ଦୁଷ୍କର୍ମ।ଏଭଳି ଅଭାବନିୟ ଘଟଣା ଘଟିଛି ବାଲେଶ୍ୱର ଜିଲା ବସ୍ତା ଥାନା ଅଞ୍ଚଳରେ। ସୂଚନା ଅନୁଯାୟୀ ଗତକାଲି ସନ୍ଦ୍ୟାରେ ନିକଟସ୍ଥ ମାର୍କେଟକୁ ଗୁପଚୁପ ଖାଇବାକୁ ଦେବ କହି,ଧରମ ବାପା ରାମଚନ୍ଦ୍ର ମହାପାତ୍ର ବଳ ପୂର୍ବକ ଉଠାଇ ନେଇ, ଦୁଷ୍କର୍ମ କରିବା ସହିତ କାହାକୁ କହିଲେ ଜୀବନରୁ ମାରିଦେବାର ଧମକ ଦେଇଥିଲା। ଏନେଇ ପିଡିତା ଝିଅର ପରିବାର ପକ୍ଷରୁ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବସ୍ତା ପୋଲିସ ଅଭିଯୋଗକୁ ଭିତ୍ତି କରି ୬୪ ନମ୍ବର ମାମଲା ରୁଜୁ କରି ଅଭିଯୁକ୍ତ ରାମଚନ୍ଦ୍ରକୁ ଗିରଫ କରିଛି। ସାଧାରଣରେ ଏଭଳି ଘଟଣାକୁ ନିନ୍ଦା କରିବା ସହ ଶକ୍ତ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି।