ଦୁର୍ଦ୍ଧାନ୍ତ ଅପରାଧୀକୁ ଜାମିନ ଘଟଣା: ଏସଆଇ ନିଲମ୍ବିତ

(ଆଦର୍ଶ ରାଉତ)ରିପୋର୍ଟସଟୁଡେ: ଦୁର୍ଦ୍ଧାନ୍ତ ଅପରାଧୀକୁ ପ୍ରଥମେ ଗିରଫ ପରେ ଜାମିନ ମିଳିଲା । ଆଇନର ଗଳା ବାଟଦେଇ ମୁକୁଳିଗଲେ ଦୁର୍ଦାନ୍ତ ଅପରାଧୀ।ଅପରାଧୀ ପ୍ରତି କୋହଳ ମନୋଭାବ ପୋଲିସ ଏସଆଇଙ୍କୁ ମହଙ୍ଗା ପଡିଲା । ତଦନ୍ତରେ କୋହଳ ମନୋଭାବ ପୋଷଣ ପାଇଁ ପୋଲିସ ଏସଆଇ ନିଲମ୍ବିତ ହୋଇଛନ୍ତି । ଖବର ନେବାରେ ଚଳିତ ମାସ ୨୮ ତାରିଖରେ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ଅନୁଗୋଳ ପୋଲିସ ଲିଙ୍ଗରାଯୋଡି ଗାଁର ସତ୍ୟଜିତ ପ୍ରଧାନ ଓରଫ ବାପି ନାମକ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କୋର୍ଟରେ ହାଜର ହେବାର ଅଳ୍ପ ସମୟ ମଧ୍ୟରେ ବାପିକୁ ଜାମିନ ମିଳି ଯାଇଥିଲା । ଯାହାକୁ ନେଇ ପୋଲିସର ତଦନ୍ତ ଏବଂ ଚାର୍ଜସିଟ ଦାଖଲକୁ ନେଇ ପ୍ରଶ୍ନ ଉଠିଥିଲା । ପୋଲିସ ଉପରକୁ ଅଙ୍ଗୁଳି ନିର୍ଦେଶ କରିଥିଲେ ବୁଦ୍ଧିଜୀବୀ । ଏହି ଘଟଣାରେ ଡ଼ି.ଆଇ.ଜି. ନରସିଂହ ଭୋଳ ତୁରନ୍ତ ତଦନ୍ତ କରି ତଦନ୍ତକାରୀ ଅଧିକାରୀ ଅରକ୍ଷିତ ସେଠୀଙ୍କୁ ତଦନ୍ତ ରିପୋର୍ଟରେ କୋହଳ ମନୋଭାବ ପୋଷଣ କରିଥିବାର ଦୋଷୀ ପାଇଥିଲେ । ଏହା ପରେ ଅନୁଗୋଳ ଏସ.ପି. ଜଗମୋହନ ମୀନା ଶ୍ରୀ ସେଠୀଙ୍କୁ କାର୍ୟ୍ୟରୁ ନିଲମ୍ବନ କରିଛନ୍ତି ।ଗତକାଲି ପୋଲିସ ଡିଜି ଅନୁଗୋଳ ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ମୁଖ୍ୟାଳୟରେ ମିଡ଼ିଆକୁ ଉପେକ୍ଷା କରି ବୈଠକ କଲେ।ଏଠି ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ୫ ଞ ରେ ଏତେ ଡିଣ୍ଡିମ ପିଟୁଥିଲେ ମଧ୍ୟ କିନ୍ତୁ ଫଳ ଶୁଣ।ଆଇନ ର ରକ୍ଷକ ଯଦି ଭକ୍ଷକ ସାଯିବ ତେବେ ଲୋକେ ବିଶ୍ୱାସ କରିବେ କାହାକୁ ? ଆଇନ ର ଗଳା ବାଟ ଦେଇ ଖସି ଯାଉଛନ୍ତି ଅପରାଧୀ।କେବଳ ପୋଲିସ ଅଧିକାରିଙ୍କୁ ନିଲମ୍ବନ କରି ବସିଲେ ସମସ୍ୟାର ସମାଧାନ ହୋଇଯିବ ନା ଅପରାଧୀ ଙ୍କ ସହ ସମ୍ପୃକ୍ତି ଥିବା ପୋଲିସ ଅଧିକାରୀ ଙ୍କ ଉପରେ କଠୋର କାର୍ୟ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ରହିଛି।