ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ବିଶେଷଜ୍ଞମ।।ନେ । ଦିଲ୍ଲୀରେ ହେଲ୍ଥ ଇମର୍ଜେନ୍ସି ଜାରି କରିବାକୁ ପରାମର୍ଶ ଦିଆଯାଇଛି । ପର୍ଯାବରଣବିଦ ବିମଳେନ୍ଦୁ ଜା କହିଛନ୍ତି,ଉତ୍ତର ଭାରତରେ ବର୍ତ୍ତମାନ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ ପହଞ୍ଚିଛି । ଏହାକୁ ହେଲ୍ଥ ଏମର୍ଜେନ୍ସ ପରି ସ୍ଥିତି ପରାଲି ଜଳାଇବାକୁ ନେଇ ହୋଇଛି । ବର୍ତ୍ତମାନ ପ୍ରଦୂଷଣ ବର୍ତ୍ତମାନ ସଂକଟପୂର୍ଣ୍ଣ ସ୍ଥିତିରେ ପହଞ୍ଚିଛି । ଦିଲ୍ଲୀ ଏନସିଆର ଓ ତାର ଆଖ ପାଖ ସ୍କୁଲକୁ ବନ୍ଦ କରି, ଯାନବାହନ ଚାଳଚଳ ଉପରେ ନିୟନ୍ତ୍ରଣ ଅ।।ଣିବାକୁ ଲକଡାଉନ ପରି ଉପାୟ ଆପଣେଇବାର ଆବଶ୍ୟକତା ରହିଛି । ଏଥିସହ ନିର୍ମାଣ କାର୍ଯ୍ୟ ଉପରେ ଆସନ୍ତା ଏକସପ୍ତାହ ପାଇଁ ରୋକ ଲଗାଇବାର ଆବଶ୍ୟକତା ଥିବା ବିମଳେନ୍ଦୁ କହିଛନ୍ତି ।
ଜାତୀୟ ରାଜଧାନୀ ଦିଲ୍ଲୀରେ ରବିବାର ସକାଳ ଥଣ୍ଡା ଥିଲା । ଏହାର ନ୍ୟୁନତମ ତାପମାତ୍ରା ୧୪.୨ଠୁ କମ ସେଲ୍ସିୟସ ରେକର୍ଡ ହୋଇଥିଲା । ତେବେ ଦିଲ୍ଲୀରେ ତୃତୀୟ ଦିନ ମଧ୍ୟ ବାୟୁର ଗୁଣବତ୍ତା ସୂଚକାଙ୍କରେ ବୃଦ୍ଧି ହୋଇ ୪୩୩ ରେକର୍ଡ କରାଯାଇଛି ।