ଦିଲୀପଙ୍କୁ ନେଇ ଟଣା ଓଟରା

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆସନ୍ତା ନିର୍ବାଚନ ପାଇଁ ଆଚରଣ ବିଧି ଓ ତାରିଖ ଘୋଷଣା ସରିଥିବା ବେଳେ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଛି । ବିଭିନ୍ନ ଦଳର ପାୱାରଫୁଲ ନେତାଙ୍କୁ ଦଳରେ ସାମିଲ କରିବାକୁ ଚାଲିଛି ଟଚ୍ଚାଓଟରା । ତେବେ ରାଜ୍ୟ ରାଜନୀତିରେ ଦାମଙ୍କ କାଲି ବିଜେପିରେ ଯୋଗ ଦେବା ପରେ ଏବେ ଦିଲୀପ ରାୟଙ୍କୁ ନେଇ ଚାଲିଛି କସରତ । ବିଜେଡି ଓ ବିଜେପି ଦିଲ୍ଲୀପଙ୍କୁ ନେବାକୁ ତତ୍ପରତା ପ୍ରକାଶ କରୁଛନ୍ତି ।
ଦିଲୀପ ବିଜେପି ଛାଡିବା ପରେ ବିଜେପି ଓ ବିଜେଡି ପ୍ରଥମ ପର୍ଯ୍ୟାୟରେ ତାଙ୍କୁ କୌଣସି ପ୍ରଧାନ୍ୟ ଦେଇ ନ ଥିଲେ । କିନ୍ତୁ ବର୍ତ୍ତମାନ ଦେଖା ଦେଉଛି, ଉଭୟ ଦଳ ତାଙ୍କୁ ଦଳରେ ସାମିଲ କରିବାକୁ ଇକ୍ତାୟୀ । ଦୁଇ ଦିନ ତଳେ ବିଜେପିର ରାଜ୍ୟ ପ୍ରଭାରି ଅରୁଣ ସିଂହ ଏକ ସମ୍ବାଦିକ ସମ୍ମିଳନୀରେ ବିଜୟ ମହାପାତ୍ର ଓ ଦିଲୀପ ରାୟଙ୍କ ସମ୍ପର୍କରେ କହିଥିଲେ, କେହି ଦଳରୁ ଯାଇ ନାହାନ୍ତି ତ ଆସିବାର ପ୍ରଶ୍ନ କେଉଁଠି ଉଠୁଛି । ଅର୍ଥାତ୍ ଉଭୟ ବିଜେପିରେ ଥିଲେ ଓ ଅଛନ୍ତି ।
ସେହିପରି ବିଜେଡି ଶିବିରରୁ ଶୁଣିବାକୁ ମିଳିଛି, ଦିଲୀପଙ୍କୁ ଦଳରେ ସାମିଲ କରିବାକୁ ସୁପ୍ରିମୋ ଆଗ୍ରହ ପ୍ରକାଶ କରୁଛନ୍ତି । କୁହାଯାଉଛି ଆଜି ଦିଲୀପ ଦଳରେ ଯୋଗ ଦେବେ । ସେହିପରି ବିଜେପି ପକ୍ଷରୁ ମଧ୍ୟ କୁହାଯାଉଛି, ଆଜି ଦିଲୀପ ଦଳରେ ସାମିଲ ହେବେ । ଏଥିନେଇ ଦଳରେ ମିଶ୍ରଣ ପର୍ବର ଆୟେ।।ଜନ ମଧ୍ୟ କରାଯାଉଛି । ତେବେ ଦେଖିବାକୁ ରହିଲା କେଉଁ ଦଳ ଦିଲୀପଙ୍କୁ ପ୍ରଭାବିତ କରିପାରୁଛି, କାହାର ପଲା ଭାରି ରହୁଛି ।