(ରିପୋଟରର୍ସ ଟୁଡ଼େ): ଗାଁ ଗହଳିରେ ଅଧିକାଂଶ ଲୋକେ ଏବେ ମଧ୍ୟ ଦାନ୍ତକାଠିର ବ୍ୟବହାର କରୁଛନ୍ତି। ସେଥିମଧ୍ୟରୁ ନିମ ଗଛର କାଠିରେ ଭରପୁର ଔଷଧୀୟ ଗୁଣ ଥାଏ। ତେଣୁ ବ୍ରଶ ସାହାର୍ୟ୍ୟରେ ଦାନ୍ତ ଘଷିଲେ ମଧ୍ୟ ନିୟମିତ ନିମ କାଠିରେ ଦାନ୍ତ ଘଷିବା ଦାନ୍ତ ପାଇଁ ଖୁବ ଉପକାରୀ। କେବଳ ସେତିକି ନୂହେଁ ନିମ ଗଛର ଆମୁଳଚୁଳ ପର୍ଯ୍ୟାନ୍ତ ଲୁଚି ରହିଛ ଏସଦବୁ ଔଷଧିୟ ଗୁଣ :-
୧.ନିମ ଗଛର ଛେଲି ଏବଂ ପତ୍ରରେ କର୍କଟ ରୋଗର ପ୍ରତିରୋଧ ଗୁଣ ରହିଛି।
୨. ନିମ କାଠିରେ ରହିଥିବା ଔଷଧୀୟ ଗୁଣ ହେତୁ ଏଥିରେ ଦାନ୍ତ ଘଷିବା ଦ୍ୱାରା ଦାନ୍ତ କୋଣ ଭଲ ଭାବେ ସଫା ହୋଇଥାଏ । ନିମରେ ଥିବା ଆଣ୍ଟିମାଇକ୍ରୋବିଅଲ ଗୁଣ ଥିବା କାରଣରୁ ଏଥିରେ ଦାନ୍ତ ଘଷିଲେ ପାଟିର ଦୁର୍ଗନ୍ଧ ଦୂର ହୋଇଥାଏ।
୩.ନିମରେ ଥିବା କେମିକାଲ ଦାନ୍ତର ହଳଦିଆପଣ ଦୂର କରିଥାଏ। ଦାନ୍ତ ମୂଳରେ ସମୟ ସମୟରେ ରକ୍ତ ବାହାରିବା ସମସ୍ୟା ମଧ୍ୟ ଦୂର ହୋଇଥାଏ।
୪. ନିମ କାଠିରୁ ଦାନ୍ତ ଘଷିବା ବେଳେ ବ୍ୟବହାର କରିବା ସମୟରେ ଏହାର ଗୋଟିଏ ଭାଗକୁ କିଛି ଚୋବାଇ ଦିଅନ୍ତୁ। ଏହାପରେ ଏହାକୁ ବ୍ରଶରେ ଘଷିବା ଭଳି ଦାନ୍ତରେ ଘଷନ୍ତୁ। ଫଳରେ ଦାନ୍ତରେ ଥିବା ଦୂଷିତ ପଦାର୍ଥ ବାହାରି ଯାଏ।