(ଜୟନ୍ତ କୁମାର ସେଠୀ / ଗୋପ) ; ଦାଦାଵଟୀ ମାଗିବା ଅଭିଯୋଗରେ ଜଣେ ବ୍ୟକ୍ତି କୁ ଗିରଫ କରିଛି ପୁରୀ ଟାଉନଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲା ସୂର୍ୟ୍ୟ ନାରାୟଣ ପୂର୍ଣ ପଣ୍ଡା ଓ ସେ ମଣିକାର୍ନିକା ସାହି ହଜୁରୀ ଲେନ ର ବାସିନ୍ଦା। ପୋଲିସ ର ସୂଚନା ଅନୁଯାୟୀ ଅଭିଯୁକ୍ତ ଜଣକ ଗତ ମେ ମାସ ୨୨ ତାରିଖ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଗଣେଶ ପ୍ରତିହାରୀ ଙ୍କୁ ୧୫ ଲକ୍ଷ ଟଙ୍କା ଦାଦା ବଟି ମାଗିଥିଲା। ତେବେ ଗଣେଷ ଦାଦାଵଟୀ ଦେବା ପାଈଁ ମନା କରିବାରୁ ଅଭିଯୁକ୍ତ ସୂର୍ୟ୍ୟ ନାରାୟଣ ତାଙ୍କୁ ଅଶ୍ଳୀଳ ଭାଷା ରେ ଗାଳି ଗୁଲଜ କରିବା ସହ ଏକ ଲୁହା ପାଇପ ରେ ମରଣାନ୍ତକ ଆକ୍ରମଣ କରିଥିଲା। ସୌଭାଗ୍ୟ ବଶତ ଗଣେଶ ପ୍ରତିହାରୀ ସେଠାରୁ ଖସି ଆସି ଟାଉନ ଥାନା ରେ ଏ ନେଇ ଏତଲା ଦେଇଥିଲେ। ତେବେ ପୋଲିସ ଉକ୍ତ ସ୍ଥାନରେ ରେ ଚଢ଼ାଉ କଲା ବେଳେ ଅଭିଯୁକ୍ତ ଜଣକ ପୂର୍ବରୁ ଫେରାର ହେବାରେ ସକ୍ଷମ ହୋଇ ଥିଲା। ତେବେ ରଜ ରେ ଅଭିଯୁକ୍ତ ସୂର୍ୟ୍ୟ ନାରାୟଣ ଘର କୁ ଆସିଥିବା ପୋଲିସ ପାଖରେ ଖବର ଆସିବା ପରେ ଚଢ଼ାଉ କରାଯାଇ ସୂର୍ୟ୍ୟ ନାରାୟଣ ଗିରଫ କରାଯଇ କୋର୍ଟ ଚାଲାଣ କରାଯାଇଛି।