( ଭୁବନେଶ୍ୱର /ରିପୋର୍ଟସଟୁଡେ): ବିହାର ଗୟାରେ ମାତିଲେ ମାଓବାଦୀ । ବସ୍ଫୋରଣ କରି ଉଡ଼ାଇ ଦେଲେ ଜଣେ ଭାରତୀୟ ଜନତା ପାର୍ଟି ନେତାଙ୍କ ଘର । ଗତକାଲି ପ୍ରାୟ ୨୦ରୁ ୨୫ ଜଣ ସଶସ୍ତ୍ର ମାଓବାଦୀ ଆସି ବିଜେପି ନେତା ଅନୁଜ କୁମାରଙ୍କ ଘରକୁ ଡିନାମାଇଟ୍ ଲଗାଇ ଉଡ଼ାଇ ଦେଇଛନ୍ତି । ତେବେ ଘରେ କେହି ନଥିବାରୁ କେହି ମୃତାହତ ହୋଇନାହାନ୍ତି ବୋଲି ପୋଲିସ୍ କହିଛି । ମାଓବାଦୀମାନେ ଅନେକ ଦିନରୁ ଅନୁଜ କୁମାରଙ୍କୁ ଟାର୍ଗେଟ୍ କରିଥିଲେ । ତାଙ୍କ ଘରେ ବିସ୍ଫୋରଣ ଘଟାଇବା ପରେ ନିର୍ବାଚନକୁ ବର୍ଜନ କରିବା ଲାଗି ଆହ୍ଵାନ ଥିବା ପୋଷ୍ଟର ଘଟଣା ସ୍ଥଳରେ ଛାଡ଼ି ଯାଇଛନ୍ତି । ପୋଲିସ୍ ଘଟଣାର ତଦନ୍ତ କରୁଛି ।ମ