(ଅଜିତ କୁମାର ସାହୁ / ଜଳେଶ୍ୱର) ; ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଇଡଦା – ମଛଦା ରାସ୍ତାରେ ଡମ୍ପର ବାଇକ ମୁହାଁମୁହିଁ ଧକ୍କା। ଘଟଣା ସ୍ଥଳରେ ଭଉଣି ମୃତ, ଭାଇ ଗୁରୁତର ।ମୃତକ ଜଣକ ହେଲେ ବାଲିସାହି ଗ୍ରାମର ସଶାଙ୍କ ଆଦେକଙ୍କ ସ୍ତ୍ରୀ ମଞ୍ଜୁଲତା । ଆଜି ସକାଳେ ଭାଇ ଶିବ ଶଙ୍କର ବେହେରାଙ୍କ ସହିତ ଏକ ବାଇକ ଯୋଗେ ଯାଉଥିବା ସମୟରେ ଏକ ଡମ୍ପର ସହିତ ସାମ୍ନା ସାମ୍ନି ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ମଞ୍ଜୁଲତାଙ୍କ ମୃତ୍ୟୁ ହୋଇଛି ଏବଂ ଭାଇ, ଶିବ ଶଙ୍କରକୁ ଗୁରୁତର ଅବସ୍ଥାରେ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବର ପାଇ ସିଂଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି ।