( ଭୁବନେଶ୍ୱର / ରିପୋର୍ଟସଟୁଡେ): ବ୍ରହ୍ମପୁର ପୋଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା । ଗୋଷାଣୀ ନୂଆଗାଁ ପୋଲିସ ଆଜି ୫ଜଣ ଡ଼କାୟତକୁ ଗିରଫ କରିଛି ।
ଆଜି ଗଂଜାମ ଜିଲ୍ଲା ଦଳହିଆପଦର ଓଭର ବ୍ରିଜ ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ଏକ ଡ଼କାୟତି ଗ୍ୟାଙ୍ଗ ଡ଼କାୟତି ଯୋଜନା କରୁଥିବା ବେଳେ ଗୋଷାଣୀ ନୂଆଗାଁ ପୋଲିସ ଚଢାଉ କରଛି । ଡ଼କାୟତ ଗ୍ୟାଙ୍ଗର ପାଂଚ ଜଣକୁ ଗିରଫ କରିବା ସହ ବାଇକ ,ବୋମା ,ପିସ୍ତଲ ,ଅଫୁଟା ଗୁଳି ଓ ଖଣ୍ଡା ଜବତ କରିଛି ।