ଝାଡଖଣ୍ଡ ନିର୍ବାଚନରେ ବିଜେପି ପଛୁଆ

0

(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ଝାଡ଼ଖଣ୍ଡ ନିର୍ବାଚନର ଭୋଟ ଗଣତି ଶେଷ ପର୍ୟ୍ୟାୟରେ ପହଞ୍ଚିଥିବାବେଳେ ଯେଉଁ ଫଳାଫଳ ସାମ୍ନାକୁ ଆସିଛି ତାହା ବିଜେପି ପାଇଁ ବଡ଼ ଝଟ୍‌କା  । ରଘୁବର ଦାସଙ୍କ ସରକାର ବହୁମତ ପାଇବାର  ଆଶା କମ ଅଛି । କାରଣ ଦଳ ମ୍ୟାଜିକ ନମ୍ବରଠାରୁ ବହୁ ପଛରେ ରହିଛି। ସରକାର ଗଢ଼ିବା ଲାଗି ମୋଟ ୮୧ ଆସନରୁ ୪୧ ଆସନରେ ବିଜୟ ଦରକାର ଥିବାବେଳେ ବିଜେପି ବହୁ ପଛରେ ରହିଯାଇଛି। ବିଜେପି ମାତ୍ର ୨୮ ଆସନରେ ଆଗୁଆ ରହିଛି। ଅନ୍ୟପଟେ ବିଜେପିକୁ ହରାଇବା ଲାଗି ଏଥର ଅବତୀର୍ଣ୍ଣ ହୋଇଥିବା କଂଗ୍ରେସ-ଜେଏମଏମ-ଆରଜେଡି ମହାମେଣ୍ଟକୁ ବହୁମତ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। କାରଣ ଭୋଟ ଗଣତିରୁ ମହାମେଣ୍ଟ ମ୍ୟାଜିକ ନମ୍ବର ଛୁଇଁଥିବା ଜଣାପଡ଼ିଛି ହୋଇଛି। ମହାମେଣ୍ଟ ୪୧ ଆସନରେ ଆଗୁଆ ରହିଛି। ଅନ୍ୟପଟେ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା ୪ଟି, ଏଜେଏସୟୁ ୫ଟି ଏବଂ ଅନ୍ୟାନ୍ୟ ୩ଟି ଆସନରେ ଆଗୁଆ ରହିଛନ୍ତି।