ମୁମ୍ବାଇ: ଗୁରୁୂବାର ସନ୍ଧ୍ୟାରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଏକନାଥ ସିନେ୍ଧ ଜୁଲାଇ ୪ରେ ବହୁମତ ସାବ୍ୟସ୍ତ କରିବେ ବୋଲି ଜଣାପଡିଛି। ତାଙ୍କ ସପକ୍ଷରେ ୧୭୦ ବିଧାୟକଙ୍କ ସମର୍ଥନ ରହିଥିବା ଏକନାଥ ଦାବି କରିଛନ୍ତି। ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବେ ଏକନାଥ ସିନେ୍ଧ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାବିଶ ପଦ ଓ ଗୋପନୀୟତାର ଶପଥ ନେଇଥିଲେ। ତେବେ ନୂଆ ସରକାରରେ ବର୍ତ୍ତମାନ ସୁଦ୍ଧା ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କରାଯାଇନାହିଁ। ବହୁମତ ସାବ୍ୟସ୍ତ ପରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କରାଯିବ ବୋଲି ଜଣାପଡିଛି। ଗତକାଲି ଏକ ନାଟକୀୟ ମୋଡ ଦେଖିବାକୁ ମିଳିଥିଲା। ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାବିଶଙ୍କ ନାମ ଚର୍ଚ୍ଚାରେ ରହିଥିଲା । ତେବେ ଶ୍ରୀ ଫଡନାବିଶ ସାମ୍ବାଦିକ ସମ୍ମିଳନୀ ଡାକି ବିଦ୍ରୋହୀ ବିଧାୟକ ଏକନାଥ ସିନେ୍ଧଙ୍କ ନାମ ଘୋଷଣା କରିଥିଲେ। ଗତକାଲି ସନ୍ଧ୍ୟା ୭ଟା ୩୦ରେ ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ସିନେ୍ଧ ଶପଥ ଗ୍ରହଣ କରିଥିଲେ। ମୋ ପାଖରେ ୫୦ ବିଧାୟକଙ୍କ ସମର୍ଥନ ଥିଲେ ସୁଦ୍ଧା ବିଜେପି ୧୨୦ ବିଧାୟକ ରହିଥିବା କହିଥିଲେ। ଶ୍ରୀ ଫଡନାବିଶଙ୍କ ପାଖରେ ଏତେ ସଂଖ୍ୟକ ବିଧାୟକ ଥାଇ ସୁଦ୍ଧା ମୁଖ୍ୟମନ୍ତ୍ରୀ ନହେବା ତାଙ୍କ ବଡପଣ ବୋଲି ଶ୍ରୀ ସିନେ୍ଧ କହିଥିଲେ। ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିଶଙ୍କୁ କୃତଜ୍ଞତା ଜଣାଇଥିଲେ। ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସରକାର ଫେରିବାକୁ ଯାଉଥିବା ଶ୍ରୀ ସନେ୍ଧ ସାମ୍ବାଦିକ ସମ୍ମିଳନୀରେ କହିଥିଲେ।