(ପ୍ରିୟଦର୍ଶନୀ ସ୍ୱାଇଁ/ମୁୂମ୍ବାଇ): ଆସନ୍ତା ଲୋକସଭା ନିର୍ବାଚନ ପାଇଁ ମଥୁରାରୁ ଭାରତୀୟ ଜନତା ପାର୍ଟିର ସାଂସଦ ପ୍ରାର୍ଥୀ ଭାବେ ପୁଣି ଥରେ ହେମା ମାଳିନୀଙ୍କୁ ଟିକେଟ୍ ମିଳିଛି। ତେବେ ଆସନ୍ତୁ ଜାଣିବା ମୈଦାନକୁ ଓହ୍ଲାଇଥିବା ହେମାଙ୍କ ସମ୍ପତ୍ତିର ମୂଲ୍ୟ । ହେମାମାଳିନୀ (୨୦୧୩-୧୪)ରେ ୧୫ ଲକ୍ଷ ୯୩ ହଜାର ଟଙ୍କା ରୋଜଗାର କରିଥିବା ବେଳେ ଗତବର୍ଷ ୧ କୋଟି ୧୯ ଲକ୍ଷ ୫୦ ହଜାର ଟଙ୍କା (୨୦୧୪-୧୫)ରେ ୩ କୋଟି ୧୨ ଲକ୍ଷ ଟଙ୍କା, (୨୦୧୫-୧୬)ରେ ୧ କୋଟି ୯ ଲକ୍ଷ ଏବଂ (୨୦୧୬-୧୭)ରେ ୪ କୋଟି ୩୦ ଲକ୍ଷ ୧୪ ହଜାର ଟଙ୍କା ରୋଜଗାର କରିଥିବା ସୂଚନା ରହିଛି। ସବୁ ମିଶାଇଲେ ୫ ବର୍ଷ କାର୍ୟ୍ୟକାଳ ଭିତରେ ହେମାଙ୍କ ପୂରା ଆୟ ରହିଛି ୯ କୋଟି ୮୭ ଲକ୍ଷ ୫୫ ହଜାର ଟଙ୍କା ।