(ଚିତ୍ତରଞ୍ଜନ ସାହୁ)ବରଗଡ: ଗତ କାଲି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ବିରିପାଲି ମଦ ଭାଟି ଠାରେ ଘଟିଥିବା ହତ୍ୟା କାଣ୍ଡରେ ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଅଭିଯୁକ୍ତ ୨ ଜଣ ହେଉଛନ୍ତି ଭେଲୁଆପଦର ଗ୍ରାମର ଭଗବାନ ବରିହା ଓ ପଦ୍ମପୁର କଂସର ଗ୍ରାମର ଜଗଦୀଶ ବିଶ୍ୱାଳ । ହତ୍ୟାକାଣ୍ଡର ୨୪ ଘଣ୍ଟା ଭିତରେ ପୋଲିସକୁ ଏହି ସଫଳତା ମିଳିଛି । ସେହିଭଳି ସୋହେଲା ପୋଲିସ ଗ୍ରୀଞ୍ଜେଲ ନିକଟରେ ଏମଭି ଚେକିଂ କରୁଥିବା ସମୟରେ ଛତିଶଗଡ଼ ରେଜିଷ୍ଟ୍ରେସନ ଥିବା ୨ଗୋଟି ଗାଡିରୁ ୧୪୦୦ ବୋତଲ କଫ ସିରଫ , ୧୦୫ଗୋଟି ନିଶା ବଟିକା , ଏକ ଲକ୍ଷ ୧୪ ହଜାର ଶହେ ଟଙ୍କା ନଗଦ , ୬ ଗୋଟି ମୋବାଇଲ ଫୋନ , ଏଟିଏମ ଓ ଆଧାର କାର୍ଡ ସହିତ ଦୁଇ ଗୋଟି କାର ଜବତ କରିଛି । ଏହା ସହ ସମ୍ବଲପୁର ନିବାସୀ ଚନ୍ଦ୍ର ଶେଖର ଚାନ୍ଦ,ରାୟପୁରର ବିପୁଳ ଅଗ୍ରୱାଲ , ୟାଦବେନ୍ଦ୍ର ସିଂ ଏବଂ ଦୁର୍ଗ ର ଭୁପେଶ ଜୈନ କୁ ଗିରଫ କରିଥିବା ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ଏସପି ପଦ୍ମିନୀ ସାହୁ ସୂଚନା ଦେଇଛନ୍ତି।