ଜଙ୍ଗଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ବାଲେଶ୍ୱର ଜିଲ୍ଲା ସଜନାଗଡ଼ ନିକଟ ତିନିକୋଶିଆ ଜଙ୍ଗଲରୁ ଆଜି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ମୟୂରଭଞ୍ଜ ଜିଲ୍ଲା କାଲାଡ଼ାହି ଗାଁର ଉତ୍ତମ ଦେହୁରୀ।
ଆଜି ସକାଳେ ସ୍ଥାନୀୟ ଲୋକେ ମୃତଦେହଟିକୁ ଦେଖି ପୁଲିସ୍କୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଏଥିସହ ମୃତଦେହ ନିକଟରେ ପଡ଼ିଥିବା ଏକ ବାଇକ୍ ଓ ଆଧାର କାର୍ଡକୁ ପୁଲିସ ଜବତ କରିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା  ସ୍ପଷ୍ଟ ହୋଇନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ବୋଲି ପୋଲିସ ସୂଚନା ଦେଇଛି । ଏନେଇ ପୁଲିସ ଘଟଣାର ତଦନ୍ତ ଚଲାଇଛି।