(ରିପୋଟରର୍ସ ଟୁଡ଼େ): ଛାତ ଭୁଶୁଡ଼ି ୪ନାବାଳକ ଆହତ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ସୁକିନ୍ଦାଗଡ଼ ହରିଜନ ସାହିରେ ଏକ ଘରେ ଖେଳୁଥିବା ବେଳେ ଛାତ ଭୁଶୁଡି ପଡ଼ିବାରୁ ଚାରି ନାବାଳକ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ସୁକିନ୍ଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡ଼ିକାଲ୍ ସ୍ଥାନାନ୍ତରିତ କରାଯାଇଛି।
ସେପଟେ ଆହତମାନଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।