ଚାଇନାରେ ମିଳେ ଏମିତି ଖାଦ୍ୟ ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ

( ଭୁବନେଶ୍ୱର/ରିପୋର୍ଟସଟୁଡେ): ଚାଇନାର ଖାଦ୍ୟ ସମ୍ପର୍କରେ ସମସ୍ତେ ଅଳ୍ପ ବହୁତେ ଜାଣିଥିବେ । କୁହାଯାଏ ଚାଇନାର ଲୋକେ ସବୁ ଖାଇପାରନ୍ତି । ଖାଦ୍ୟରେ ଏମାନେ ଆଦୌ ପଛରେ ନ ଥାନ୍ତି। ସେଥିପାଇଁ ଏଠାରେ ବିଭିନ୍ନ ରକମର ଖାଦ୍ୟ ମିଳିଥାଏ। ହେଲେ ଭାରତୀୟମାନେ ଚାଇନାର କିଛି ଖାଦ୍ୟ ସମ୍ପର୍କରେ ଶୁଣିଲେ ଏମାନଙ୍କ ଭୋକ ମରିଯାଇଥାଏ।

ସିଚୁଆନର ଚେଙ୍ଗଡୁ ଅଞ୍ଚଳରେ ମିଳିଥାଏ ଚିଲି ରାବିଟ ହେଡ୍‌। ଏହା ହେଉଛି ଠେକୁଆର ମୁଣ୍ଡରୁ ପ୍ରସ୍ତୁତ କରାଯାଇଥିବା ଏକ ଖାଦ୍ୟ। ଏଥିରେ କମ୍‌ ପରିମାଣର ମାଂସ ରହିଥାଏ। ସେମିତି ଲାଞ୍ଝୋଉ ଓ ଗାଂସୁ ଅଞ୍ଚଳରେ ଲୋକେ ପାରାକୁ ସିଝାଇ ଏଥିରୁ ପ୍ରସ୍ତୁତ ସୁପ୍‌ ଓ ବ୍ୟଞ୍ଜନ ଖାଇ ଥାଆନ୍ତି। ସେନ୍‌ଜିନ୍‌ ଓ ଗ୍ବାଣ୍ଡଡୋଗରେ ଅଧିକାଂଶ ଲୋକେ ବତକ ପେଟର ମାଂସ ଖାଇବାକୁ ପସନ୍ଦ କରନ୍ତି ବୋଲି କୁହାଯାଏ। ଏହା ବେଶ୍‌ ସ୍ବାଦିଷ୍ଟ ବୋଲି ଶୁଣିବାକୁ ମିଳେ। କୁକୁଡାର ଗୋଡ ଚାଇନାର ସବୁ ଅଞ୍ଚଳରେ ବେଶ୍‌ ପ୍ରଚଳିତ। ଏଥିରୁ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ତିଆରି କରାଯାଇଥାଏ। ଏମିତିକି ଏଥିରୁ କ୍ୟାଣ୍ଡି ତିଆରି କରାଯାଏ ବୋଲି ମଧ୍ୟ କୁହାଯାଏ।