(କିର୍ତ୍ତିରାଜ ସ୍ୱାଇ. ବଡଚଣା): ଆଜି ସକାଳୁ ସକାଳୁ ଏକ ଶହରୁ ଉର୍ଦ୍ଧ୍ବ ସୁରଟ ଫେରନ୍ତା ପ୍ରବାସୀ ଓଡ଼ିଆମାନେ ଚଣ୍ଡିଖୋଲ ଛକରେ ଚାଲିଚାଲି ଯିବା ସହ ଛକ ମଧ୍ୟରେ ବିଭିନ୍ନ ଦୋକାନ ବୁଲି କିଛି କିଣାକିଣି କରୁଥିବା ଦେଖିବାକୁ ମିଳିଛି । ଆଜିର ଏହି ଘଟଣା ଜନସାଧାରଣଙ୍କ ମନରେ ଭୟ ଓ ଆତଙ୍କ ସୃଷ୍ଟି କରିଛି । ପ୍ରଶାସନର ଏଭଳି ଅବହେଳାକୁ ସ୍ଥାନୀୟ ବାସିନ୍ଦା ନିନ୍ଦା କରିଛନ୍ତି। ଚଣ୍ଡିଖୋଲ ଛକରେ ସକାଳୁ ଦିନ ୧ ଟା ପର୍ୟ୍ୟନ୍ତ ମାର୍କେଟ ଖୋଲା ରହୁଥିବାରୁ ଏହି ସମୟରେ ପ୍ରବାସୀ ଓଡ଼ିଆମାନେ ଯାତାୟାତ କରିବା କିମ୍ବା ବୁଲାବୁଲି କରିବା ସ୍ଥାନୀୟ ଅଞ୍ଚଳବାସୀଙ୍କ ପ୍ରତି ବିପଦ ସାବ୍ୟସ୍ତ କରୁଛି।