(କୋରାପୁଟ) : ଘନ କୁହୁଡି ପାଇଁ ଚାଲିଗଲା ଛାତ୍ରଙ୍କ ଜୀବନ । ଘନ କୁହୁଡିରେ କିଛି ନ ଦେଖା ଯିବା ହେତୁ ଗାଡି ଦୁର୍ଘଟଣା ଗସ୍ତ ହୋଇଥିଲା । ଆଉ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ଏଭଳି ଏକ ଅଭାନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ଦାବୁଗୁଡା ନିକଟରେ । ମୃତ ଛାତ୍ର ଜଣକ ହେଲେ ନ୍ଦପୁର ବ୍ଲକ ଖିନମୁଙ୍ଗ ଗ୍ରାମର ଶରତ ଚନ୍ଦ୍ର ଶିସା ।
ଘଟଣାରୁ ପ୍ରକାଶ ଯେ ଶରତ ସକାଳୁ ଘରୁ ସ୍କୁଟି ଯୋଗେ ଜୟପୁର କଲେଜ ଯାଉଥିଲେ ।ଏହି ସମୟରେ ଘନ କୁହୁଡି ଯୋଗୁଁ ଦାବୁଗୁଡ଼ା ନିକଟରେ ଗଛରେ ତାଙ୍କ ସ୍କୁଟି ପିଟି ହୋଇଯାଇଥିଲା । ଏପରିକି ୨୦ ଫୁଟ ବ୍ରିଜ୍ ତଳକୁ ଖସି ପଡିଥିଲା ସ୍କୁଟି । ଘଟଣା ସ୍ଥଳରେ ହିଁ ଶରତଙ୍କ ମୃତ୍ୟୁ ଘଟିଥିଲା। ରଣିତୋଟା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।