ଗୋବରୀ ନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର

(ତାରାକାନ୍ତ ନାୟକ)ସାଲେପୁର: କଟକଜିଲ୍ଲା ମାହାଙ୍ଗା ଥାନା ପାଇକରାପୁର ପଂଚାୟତ ବ୍ରାହ୍ମଣ ମଣିଜରି ଗ୍ରାମ ଗୋବରୀ ନଦୀରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କଲା କୁଆଁପାଳ ଦମକଳ ବାହିନୀ। ସୂଚନାନୁଯାୟୀ ରାହାଣୀଆ ପଞ୍ଚାୟତ ଗୋକୁଳପୁର ଗ୍ରାମର ମୃତ ମହିଳାଙ୍କ ବାପା ଶରତ ବିଶ୍ୱାଳ,ମା,ବାସନ୍ତି ବିଶ୍ୱାଳ ତାଙ୍କ ଝିଅକୁ ତାଙ୍କ ସ୍ୱାମୀ ଓ ସମ୍ପର୍କୀୟ ମାରିଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି।ମୃତ ମହିଳାଙ୍କ ନାମ ହରପ୍ରିୟା ସାହୁ(ଇନୁ)। ଘଟଣା ସ୍ଥଳରେ ମାହାଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।