ଗୋପ ପୋଲିସକୁ ୫ଘଣ୍ଟା ଧରି ଅଟକ ରଖିଲେ ଗ୍ରାମବାସୀ

(ଜୟନ୍ତ ସେଠୀ/ ଗୋପ): ପୋଲିସକୁ ୫ଘଣ୍ଟା ଧରି ଅଟକ ରଖିଲେ ଗ୍ରାମବାସୀ । ଗୋପ ଥାନାର ଦୁଇ ଏଏସଅ।ଇ ଙ୍କ ସମେତ ୮ ପୋଲିସ କୁ ଅଟକ ରଖିଲେ ଗୋପ ରେଡୁଅ ଗ୍ରାମର ଗ୍ରାମଵାସୀ । ସୂଚନାନୁସାରେ ଗ୍ରାମରେ ଥିବା ମହାବୀର ମନ୍ଦିରକୁ ନେଇ ଗ୍ରାମର ଜନୈକ ଯୁବକ ମନ୍ଦିର ପୂଜକକୁ ଗାଳିଗୁଲଜ କରିବା ଘଟଣା ଥାନାରେ ପହଂଚିଥିଲା। ଗତକାଲି ବିଳମ୍ଵିତ ରାତିରେ ପୋଲିସ ପ୍ରାୟ ରାତି ୧ଟା ବେଳେ ଗ୍ରାମରେ ପହଂଚିବା ପରେ ଦୁଇ ଜଣ ଯୁବକକୁ ଗିରଫ କରିବା ପାଇଁ ଉଦ୍ୟମ ଅ।ରମ୍ଭ କରିବା ସମୟରେ ପୋଲିସକୁ ଗ୍ରାମବାସୀ ମାନେ ଅଟକ ରଖିଥିଲେ । ସେପଟେ ପୋଲିସ କର୍ମଚାରୀ ମାନେ ଅଟକ ଥିବା ଖବର ପାଇ ନିମାପଡା ଏସଡିପିଓ ଗୋପ ଥାନା ଅ।ଇଅ।ଇସି ପୋଲିସ ଫୋର୍ସ ନେଇ ଅଟକ ଥିବା ପୋଲିସ କର୍ମଚାରୀଙ୍କୁ ପ୍ରାୟ ସକାଳ ୬ଟା ସମୟରେ ଉଦ୍ଧାର କରିଥିଲେ । ଗ୍ରାମରେ ପୋଲିସ କୁ ଅଟକ ରଖିବା ଘଟଣା ରେ ଗ୍ରାମବାସୀ ଙ୍କ ବିରୁଦ୍ଧ ରେ ମାମଲା ରୁଜୁ କରାଯିବ ବୋଲି ପୋଲିସ କହିଛି ।