କଣିହାଁ/ଜ୍ୟୋତିରଂଜନ ଧର : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକର ବିଭିନ୍ନ ସ୍ଥାନରେ ପୂଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ୧୪୩ତମ ଜନ୍ମ ଜୟନ୍ତୀକୁ ନିଆରା ଢଙ୍ଗରେ ପାଳିଛନ୍ତି ଢେଙ୍କାନାଳର ଜନପ୍ରିୟ ସାଂସଦ ମହେଶ ସାହୁ । କଣିହାଁ ବ୍ଲକ ଅଧିନସ୍ଥ ବିଭିନ୍ନ ଗ୍ରାମାଞ୍ଚଳରେ ସ୍ଥାପିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତି ସ୍ଥାନକୁ ଗସ୍ତ କରି ପ୍ରତିମୂର୍ତି ପୁଷ୍ପ ମାଲ୍ୟାର୍ପଣ କରିଛନ୍ତି ଢେଙ୍କାନାଳ ଲୋକବତ୍ସଳ ସାଂସଦ ମହେଶ ସାହୁ । ମହାତ୍ମା ଗାନ୍ଧିଜୀଙ୍କ ଅହିଂସା ଆନ୍ଦୋଳନରେ ଓଡିଶା ମୁଖ୍ୟ ପୁରୋଧା ସାଜିଥିବା ଏହି ମହାନ ପୂଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କର ଜନ୍ମଜୟନ୍ତି ପାଳନ କରି ଦୁଃଖି ଦରିଦ୍ରଙ୍କୁ ମହତ ଦିନରେ ସେବା କରିବା ଉଚିତ ବୋଲି ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ । ଦିନିକିଆ ଗସ୍ତ କରି କଣିହାଁ ଅନ୍ଧକଲ୍ୟାଣ ସମିତସ୍ଥ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତିତ୍ତ ମାଲ୍ୟାର୍ପଣ କରିଥିଲେ । ତାପରେ ସମଲ ଷ୍ଟେଟ୍ ବ୍ୟାଙ୍କ ଶାଖା ନିକସ୍ଥ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତି, ପବିତ୍ରନଗରଛକ ସ୍ଥିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତି ରେ ପୁଷ୍ପମାଲ୍ୟାର୍ପଣ କରିଥିଲେ । ସେଠାରେ ଆୟୋଜିତ ଗୋପବନ୍ଧୁ ଦାସଙ୍କ ପିଠରେ ସ୍ମୃତିସଭାରେ ସାମିଲ୍ ହୋଇ ଏହି ମହାନ୍ ପୁରଷଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ସମାଜର ମଙ୍ଗଳ କାମନା କରିବା ପଇଁ ଯୁବପିଢୀଙ୍କୁ ପରାମର୍ଶ ଦେଇଥିଲେ । ପରିଶେଷରେ ପବିତ୍ରମୋହନ ସ୍ମୃତି ସଂସଦ ଓ ପବିତ୍ରନଗର ମହାବିଦ୍ୟାଳୟ ର ଅବସରପ୍ରାପ୍ତ ଅଧ୍ୟାପକ ନଗେନ୍ଦର ପ୍ରଧାନ ଓ ଅଧ୍ୟାପକ ନାରାୟଣ ରାଉତଙ୍କୁ ଅବସରକାଳୀନ ସଂବର୍ଦ୍ଧନା କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ଏହି ଅବସରରେ ୪ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ଗୈାଣିଘଷା ଚନ୍ଦନ ନଗର କମ୍ୟୁନିଟି ସେଣ୍ଟର ଏବଂ ୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଗୈାଣିଘଷା ଚୈପାଢି କଠୋଘର ଭିତିପ୍ରସ୍ତର କାର୍ଯ୍ୟକ୍ରମରେ ଶ୍ରୀ ସାହୁ ମୁଖ୍ୟ ଅତିଥି ଭାବରେ ସାମିଲ୍ ହୋଇ ଶୁଭଉଦ୍ଘାଟନ କରିଥିଲେ ।