ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ବିଜେପିର ପଦଯାତ୍ରା

(ପାରାଦୀପ / ପ୍ରଶାନ୍ତ କୁମାର ସ୍ବାଇଁ):  ସାରା ଦେଶ ଆଜି ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛି। ପାରାଦୀପ ରେ ମଧ୍ୟ ଗାନ୍ଧୀ ଜୟନ୍ତୀ ବଡ଼ ଆଡ଼ମ୍ବରରେ ପାଳନ କରାଯାଉଛି। ପାରାଦୀପ ନିର୍ବାଚନ ମଣ୍ଡଳୀ ର ଭାରତୀୟ ଜନତା ପାର୍ଟି ପକ୍ଷରୁ ପାରାଦୀପ ଆଦର୍ଶ ଥାନା ଛକ ନିକଟରୁ ଏକ ବିଶାଳ ପଦଯାତ୍ରା ବାହାରି ସହର ଭ୍ରମଣ କରିବା ସହ ଗାନ୍ଧିଜୀଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ରହିବା ପାଇଁ ଜନସାଧାରଣ ମାନଙ୍କୁ ସଚେତନ କରାଇବାର ବାର୍ତା ଦେଉଥିଲେ। ତେବେ ଏହି ପବିତ୍ର ଦିନରେ ପୂର୍ବତନ ସାସଂଦ ବିଭୁ ପ୍ରସାଦ ତରାଇ , ପାରାଦୀପ ନିର୍ବାଚନ ମଣ୍ଡଳୀ ର ବିଧାୟକ ପାର୍ଥୀ ତଥା ଯୁବ ନେତା ସମ୍ପଦ ସ୍ବାଇଁ ଯୋଗଦେଇ ଥିଲେ। ଆଜି ଠାରୁ ବିଜେପି ର ପଦଯାତ୍ରା ଆରମ୍ଭ ହେବା ସହ ବିଜେପି ର ସଭ୍ୟ ସଂଗ୍ରହ ଓ ମାନ୍ୟବର ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିବା ପ୍ଲାଷ୍ଟିକ ଜାତୀୟ ପଦାର୍ଥ କୁ ବର୍ଜନ କରିବା ର ପ୍ରୟାସ ଜାରି ରହିବ ବୋଲି ପୂର୍ବତନ ସାସଂଦ ଓ ଯୁବନେତା ପ୍ରକାଶ କରିଛନ୍ତି।

.