ଗାଁ ମୁହାଁ ହେଲା ହାତୀ

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ ) : ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ଜଡିଦା ପଞ୍ଚାୟତ ଜୋକନଣ୍ଡା ଗଁ।ରେ ହାତୀ ଆତଙ୍କ ଖେଳିଯାଇଛି। କୁଲଡିହା ଅଭୟାରଣ୍ୟରୁ ଖାଦ୍ୟ ଅନ୍ବେଷଣରେ ଗଁ।ମୁହଁ। ହୋଇଥିବା ଦନ୍ତା ହାତୀ ସେହି ଗଁ।ର ମହେନ୍ଦ୍ର ପ୍ରଧାନଙ୍କ ଘରକୁ ଭାଙ୍ଗିରୁଜି ଦେଇଛି। ଘରେ ଥିବା ଖାଇବା ଜିନିଷକୁ ଖିନବିନ୍‌ କରିବା ସହ ବାଡିରେ ହୋଇଥିବା ସମସ୍ତ ଫସଲକୁ ମଧ୍ୟ ନଷ୍ଟ କରିଦେଇଛି। ହାତୀ ଉପଦ୍ରବ ଯୋଗୁଁ ପରିବାର ଲୋକ ଭୟଭୀତ ହୋଇ ରାତିସାରା ଉଜାଗର ରହିଥିବା ଜଣାପଡିଛି।