(ଜୟନ୍ତ କୁମାର ସେଠୀ / ପୁରୀ): କୋଣାର୍କ ଥାନା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏକ ବାଇକ ଚାଳକକୁ ସନ୍ଦେହରେ ଅଟକ ରଖି ପଚରା ଉଚରା ବେଳେ ବାଇକ ଚାଳକଙ୍କ ଠାରୁ ପୋଲିସ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୋଲିସ କୋଣାର୍କ ଡାଲିମ୍ବ ଗୋରଡି ଗ୍ରାମର ବସନ୍ତ କାଣ୍ଡି ଓ ପ୍ରସନ୍ନ ମାଲିକଙ୍କ ନିକଟରୁ ଏକ କିଲୋ ଏକ ଶହ ଗ୍ରାମ ଗଞ୍ଜେଇ ଜବତ କରି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ ଦୀର୍ଘ ବର୍ଷ ହେବ ବସନ୍ତ କାଣ୍ଡି ବେଆଇନ ନିଶା ଦ୍ରବ୍ୟ କାରବାର କରି ଆସୁଥିବା ଅଭିଯୋଗ ହୋଇ ଆସୁଥିଲା। ପୂର୍ବରୁ ମଧ୍ୟ ନିଶା କାରବାର ମାମଲାରେ ବସନ୍ତକୁ କୋଣାର୍କ ପୋଲିସ ଗିରଫ କରିଥିଲା।