(ହିଂଜିଳି କାଟୁ / ରଜନୀ କାନ୍ତ ପାତ୍ର ): ଗଞ୍ଜାମ ଜିଲ୍ଲା ଚିକିଟି ଅଞ୍ଚଳର ଜଣେ କରୋନା ସନ୍ଦିଗ୍ଧ ବ୍ୟକ୍ତି ଶୁକ୍ରବାର ରାତି ୧୦ଟାରେ ଏମ୍କେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କର କରୋନା ସଂକ୍ରମଣ ରିପୋର୍ଟ ନେଗେଟଭ୍ ଥିବା ଏମ୍କେସିଜି ଅଧୀକ୍ଷକ ସନ୍ତୋଷ କୁମାର ମିଶ୍ର ଶନିବାର ସୂଚନା ଦେଇଛନ୍ତି। ବ୍ୟକ୍ତି ଜଣକ ଦୁବାଇରେ କାମ କରୁଥିବା ବେଳେ ସେ ଶୁକ୍ରବାର ବିମାନ ଯୋଗେ ଦିଲ୍ଲୀରେ ପହଞ୍ଚିଥିଲେ। ଦୁବାଇରେ କରୋନା ଭୂତାଣୁ ରିପୋର୍ଟ ନେଗେଟିଭ୍ ଆସିଥିଲା। ସେ ନୂଆଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କର ପରୀକ୍ଷା କରାଯାଇଥିଲା। ସେଠାରୁ ସେ ବିମାନ ଯୋଗେ ବିଶାଖାପାଟଣା ବିମାନ ବନ୍ଦରରେ ପହଞ୍ଚିଥିଲେ । ସେଠାରେ ମଧ୍ୟ ତାଙ୍କର ପରୀକ୍ଷା କରାଯାଇଥିଲା । ପରେ ସନ୍ଧ୍ୟାରେ ସେ ଗ୍ରାମକୁ ଫେରିଥିଲେ। ଖବର ପାଇ ପ୍ରଶାସନ ପକ୍ଷରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇ ଏମ୍କେସିଜିର ସ୍ବତନ୍ତ୍ର କରୋନା ୱାର୍ଡରେ ଭର୍ତ୍ତି କରାଯାଇଥିଲା ବୋଲି ଏମ୍କେସିଜି ଅଧୀକ୍ଷକ କହିଛନ୍ତ। ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଆବଶ୍ୟକ ପଡ଼ିଲେ ତାଙ୍କର କରୋନା ଭୂତାଣୁ ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି ।