ଗଞ୍ଜାମ ଗସ୍ତରେ ୫ଟି ସଚିବ

ରଜନୀକାନ୍ତ ପାତ୍ର/ ହିଞ୍ଜିଳି: ରାଜ୍ୟରେ ଦିନକୁ ଦିନକୁ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସବୁଠୁ ଉଦବେଗଜନକ ସ୍ଥିତିରେ ରହିଛି ଗଞ୍ଜାମ ଜିଲ୍ଲା । ତେଣୁ ଆଜି କୋଭିଡ-୧୯ ସ୍ଥିତି ନିରୀକ୍ଷଣ ପାଇଁ ୫ଟି ସଚିବ ଭି.କେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି। ଏହି ଅବସରରେ ସେ ସେରଗଡ଼, ହିଞ୍ଜିଳି, କବି ସୂର୍ୟ୍ୟନଗର, ଆସ୍କା, ପୋଲସରା, ବ୍ରହ୍ମପୁରରେ ଥିବା ବିଭିନ୍ନ କୋଭିଡ କେୟାର ସେଣ୍ଟର ପରିଦର୍ଶନ ପରିଛନ୍ତି। ଏହା ସହ ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ଅଧିକାରୀଙ୍କ ସହ କୋରୋନା ମୁକାବିଲା ନେଇ ଆଲୋଚନା କରିଛନ୍ତି।

ଆଜି ୫ଟି ସଚିବ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର ରାୟଗଡ଼ା ଓ ଗଜପତି ଜିଲ୍ଲା ଗସ୍ତ କରିଵା ପରେ ଗଞ୍ଜାମ ଜିଲ୍ଲାରେ ପହଞ୍ଚିଥିଲେ। ଏହି ଅବସରରେ ସେମାନେ କୋଭିଡ-୧୯ ମୁକାବିଲା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରିବା ସହ କୋଭିଡ୍ ହସ୍ପିଟାଲ ଗୁଡ଼ିକ ପରିଦର୍ଶନ କରିଛନ୍ତି।