ଖେଳରେ ଲାଗିଲା କଟକଣା

(ମୃତ୍ୟୁଞ୍ଜୟ ଭୋଇ /ରିପୋଟରର୍ସ ଟୁଡ଼େ ) : ଗୁଜୁରାଟର ରାଜକୋଟରେ ଏକ କଲେଜ୍ରେ ୧୦ ଜଣ ଛାତ୍ର ସର୍ବସାଧାରଣ ସ୍ଥାନରେ ପବ୍ଜି ଅନ୍ଲାଇନ୍ ଗେମ୍ ଖେଳି ଗିରଫ ହୋଇଥିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗୁଜୁରାଟ ସରକାର ଗତ ଜାନୁଆରି ମାସରେ ଏହାକୁ ନିଷିଦ୍ଧ ବୋଲି ଘୋଷଣା କରିଥିଲେ। ଏହାକୁ ଅବମାନନା କରି ଉକ୍ତ କଲେଜରେ ୧୦ ଜଣ ଛାତ୍ର ପବଜି ଖେଳିଥିଲେ,ଏହି ଛାତ୍ରମାନଙ୍କୁ ବୁଧବାର ଦିନ ପୁଲିସ ଗିରଫ କରିଥିଲା। ସେମାନଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିବାପରେ ସେମାନଙ୍କୁ ପୁଲିସ ଜାମିନରେ ଛାଡି ଦେଇଥିଲା। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ଏହା ଜରିଆରେ ପୁଲିସ ସମସ୍ତଙ୍କୁ ସତର୍କ କରିବାକୁ ଚହେଁ ଯେ ପବଜି ଗେମ୍ ଖେଳିଲେ ଆଗାମୀ ଦିନରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।