ସୋନପୁର(ଓମ୍ ପ୍ରକାଶ ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଖଲିଆପାଲି ଗ୍ରାମରେ ଗୁରୁବାର ଏକଦିବସୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଭଗବତ ସ୍ଵାମୀ କ୍ଲବ ପକ୍ଷରୁ ସ୍ଥାନୀୟ ଖେଳପଡ଼ିଆରେ ଆୟୋଜିତ ଏହି ଫୁଟବଲ ପ୍ରତିଯୋଗିତାରେ ପିପିଲିକାନୀ ଦଳକୁ ପୁଢଟିକିରା ଦଳ ଟ୍ରାଇବ୍ରେକର ଜରିଆରେ ୫-୩ ଗୋଲରେ ହରାଇ ଚମ୍ପିଆନ ହୋଇଛି। ଏହି ପ୍ରତିଯୋଗିତାରେ ପୁଢଟିକିରା, ପିପିଲିକାନୀ ସମେତ ମରାଲୋଏ, ଜବଦା, ଖଲିଆପାଲି, ଉଲୁଣ୍ଡା, ଗୌଡଗାଁ, ଲିମ୍ବପାଲି ପ୍ରମୁଖ ଫୁଟବଳ ଦଳ ଅଂଶଗ୍ରହଣ କରିଥିଲେ। ୱାର୍ଡସଭ୍ୟ ପିତାମ୍ବର ସାହୁଙ୍କ ସଂଯୋଜନାରେ ହୋଇଥିବା ପୁରସ୍କାର ବିତରଣୀ ଉତ୍ସବରେ ଉଲୁଣ୍ଡା ସରପଞ୍ଚ ସନ୍ତୋଷିନୀ ଭୋଇ, ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ପଣ୍ଡା, ମୋହନ ଲୁହା, ସତ୍ୟବିର ଭୋଇ ପ୍ରମୁଖ ଅତିଥ୍ ଭାବରେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ମାନସ ରଞ୍ଜନ ପ୍ରଧାନ ଏବଂ ଜୟ କୁମାର ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ ।