(ପ୍ରିୟଦର୍ଶନୀ /ଭୁବନେଶ୍ୱର): ଗ୍ରୀଷ୍ମ ଦିନେ ଶରୀରକୁ ୭୦% ଜଳୀୟ ଅଂଶର ଆବଶ୍ୟକତା ରହିଛି । ତାହା ସମସ୍ତଙ୍କୁ ଅବଗତ ଥାଏ । କିନ୍ତୂ ବ୍ୟସ୍ତ ବହୁଳତା ଜୀବନ ଭିତରେ ଆପଣ ଏହାକୁ ଗୁରୁତ୍ୱ ଦେଇନଥାନ୍ତି । ଆପଣ ଜାଣି ରଖିବା ଜରୁରୀ ଏହାକୁ ଧ୍ୟାନ ନରଖିଲେ ହୋଇପାରେ ଅଂଶୁଘାତ । ତେବେ ଆସନ୍ତୁ ଜାଣିବା ଖରା ଦିନେ କେଉଁ ପାନୀୟ ସେବନ କଲେ ଶରୀରକୁ ମିଳେ ଉପଶମ :-
ଲସି :
ଖରା ଦିନେ ଓଡ଼ିଶାରେ ଲସିର ଚାହିଦା ଅଧିକ ରହିଥାଏ। ଦହିରେ ଚିନି, ନଡ଼ିଆ, ବରଫ, ରାବିଡ଼ି ପକାଇ ଲସି ପ୍ରସ୍ତୁତ କରାଯାଇଥାଏ। ଏହା ବେଶ୍ ସ୍ବାଦଯୁକ୍ତ।
ଦହି ପାଣି :
ବସା ଦହିରେ ପାଣି ମିଶାଇ ଦହି ପାଣି ଏବଂ ଘୋଳ ଦହି ପ୍ରସ୍ତୁତ କରାଯାଇଥାଏ। ଏହା ଶରୀର ଜଳୀୟ ଅଂଶକୁ ସନ୍ତୁଳିତ କରିଥାଏ। ଏଥିରେ ଲୁଣ, ଜିରା ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଆଦି ପକାଯାଇଥାଏ।
ପଇଡ଼ ପାଣି :
ଖରାଦିନେ ଓଡ଼ିଶାରେ ପଇଡ଼ର ଚାହିଦା ଅଧିକ ରହିଥାଏ। ପଇଡ଼ ପାଣି ପେଟକୁ ଥଣ୍ଡା ରଖିଥାଏ। ଏଥିରେ ଥିବା ଅନ୍ୟ ଉପାଦାନ ସ୍ବାସ୍ଥ୍ୟ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।
ପୋଦିନା ପାଣି:
ପୋଦିନା ପତ୍ରକୁ ବାଟି ଥଣ୍ଡାପାଣିରେ ମିଶାଇ ଏଥିରେ ଚିନି ଲୁଣ ଓ ଲେମ୍ବୁ ମିଶାଇ ପିଇଲେ ଖରାଦିନେ ପେଟ ଥଣ୍ଡା ରହିଥାଏ।
ଲେମ୍ବୁ ସର୍ବତ:
ଖରାଦିନେ ଲେମ୍ବୁ ସର୍ବତ ପିଇଲେ ଶରୀରରେ ଜଳୀୟ ଅଂଶ ସନ୍ତୁଳିତ ହୋଇଥାଏ। ପାଣିରେ ଲେମ୍ବୁ, ଲୁଣ ଚିନି ମିଶାଇ ଲେମ୍ବୁ ସର୍ବତ ପ୍ରସ୍ତୁତ କରାଯାଇଥାଏ।