କ୍ୱାରେଣ୍ଟାଇନ ସେଣ୍ଟର ଦାୟିତ୍ୱରେ ଥିବା ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ, ଜଣେ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ୩ ଜଣ ଫେରାର

(ମମତା ସାମଲ ): ହିନ୍ଦୋଳ କରୋନା ଦାୟିତ୍ୱରେ ଥିବା ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ । ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଗିରିଧର ପ୍ରସାଦ ପଞ୍ଚାୟତ ସରପଞ୍ଚ ଶ୍ରୀକାନ୍ତ ବେହେରାଙ୍କୁ ଆକ୍ରମଣ ଅଭିଯୋଗ । ଗତ ରାତିରେ ୪ ଜଣ ଯୁବକ ସଂଘରୋଧ କେନ୍ଦ୍ର ରେ ରହିବାକୁ କେନ୍ଦ୍ରକରି ସରପଞ୍ଚ ଶ୍ରୀକାନ୍ତଙ୍କୁ ମାରଣାସ୍ତ୍ର ଧରି ଆକ୍ରମଣ କରିବା ନେଇ ରାସୋଳ ଥାନାରେ ଅଭିଯୋଗ କରାଯାଇଛି ।

ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ଜଣେ ଆକ୍ରମଣକାରୀଙ୍କୁ ଗିରଫ କରିଥିବାବେଳେ ଅନ୍ୟ ୩ ଜଣ ଆକ୍ରମଣକାରୀ ଫେରାର ହୋଇଯାଇଥିବା ସୂଚନା ମିଳିଛି । କରୋନା ସମୟରେ ସରପଞ୍ଚ ମାନଙ୍କୁ ସରକାର ଜିଲ୍ଲାପାଳ କ୍ଷମତା ଦେଇଥିବା ବେଳେ କରୋନା ଯୋଦ୍ଧା ଭାବରେ ମଧ୍ୟ ସରପଞ୍ଚମାନଙ୍କୁ ସରକାର ବିଭିନ୍ନ ଦାୟିତ୍ୱ ପ୍ରଦାନ କରିଛନ୍ତି ହେଲେ ଏହା ମଧ୍ୟରେ ସରପଞ୍ଚଙ୍କୁ ଏଭଳି ମରାଣାନ୍ତକ ଆକ୍ରମଣ କରିବା ଘଟଣାକୁ ଅନେକ ବୁଦ୍ଧିଜୀବିମାନେ ନା ପସନ୍ଦ କରିଛନ୍ତି ।