(ତ୍ରିଲୋଚନ ରାଉତ/ରିପୋର୍ଟରସ ଟୁଡେ): ଲୁଧୀଆନା ଇସ୍କନ ମନ୍ଦିରର ଟ୍ରଷ୍ଟରବୋର୍ଡ ସଦସ୍ୟ ଅମିତ ର୍ଗଗଙ୍କ ବିବାଦୀୟ ମନ୍ତବ୍ୟ କୁ ନେଇ କ୍ୟାପିଟାଲ ଥାନାରେ ଏତଲା ଦେଲା ବିଜେପି ଲଅ ଆଣ୍ଡ ଲିଗାଲ ଆଫଏଆର ଡିପାଟମେଣ୍ଟ ଜଗନ୍ନାଥ ସଂସ୍କୃତିକୁ ନେଇ ଅପପ୍ରଚାର କରୁଥିବା ସହ ଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ବିବାଦୀୟ ମନ୍ତବ୍ୟ ଏବଂ ର୍ଗଗ କହିଛନ୍ତି କି ପୁରୀ ଜଗନ୍ନାଥ ମନ୍ଦିର ଓଡିଶାରେ ନକଲି ଏବଂ ଇସ୍କନ ମନ୍ଦିର ହେଉଛି ପ୍ରକୃତରେ ଜଗନ୍ନାଥ ମନ୍ଦିର। ଏପରି ମନ୍ତବ୍ୟ ଦେଇଥିବାରୁ ବିଜେପି ତରଫରୁ ନିନ୍ଦା କରିବା ସହ କ୍ୟାପିଟାଲ ଥାନା ରେ ଏତଲା ଦେଲା ବିଜେପି। ଏହା ସହ ବିଜେପି ଦାବି କରିଛି ରାଜ୍ୟସରକାର ତୁରନ୍ତ ଦୋଷୀ ଉପରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ନେବା ଦରକାର।