(ରଜନୀକାନ୍ତ ପାତ୍ର / ଗଞ୍ଜାମ): ଵେଲଗୁଣ୍ଟା ପଞ୍ଚାୟତ ସମିତି ଅନ୍ତର୍ଗତ କ୍ଷେତ୍ରୟଵରପୁର ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟର ଦୁଇଗୋଟି ଅତିରିକ୍ତ ଶ୍ରେଣୀ ଗୃହକୁ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରି ଛାତ୍ରଛାତ୍ରୀ ତଥା ଉପସ୍ଥିତ ସୁଧିବୃନ୍ଦଙ୍କୁ ଉଦବୋଧନ ଦେଇଥିଲେ । ମହାବିଦ୍ୟାଳୟର ସବୁଜ ବନାନୀ ପାଇଁ ବିଧାୟକ ବୃକ୍ଷ ରୋପଣ କରିଥିଲେ ।
ମୁଖ୍ୟ ବକ୍ତା ଭାବେ ଵେଲଗୁଣ୍ଟା ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋଵରା ବିଶ୍ଵଭାରତୀ ଆବାସିକ ବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି କୁଞ୍ଜବିହାରୀ ନାୟକ,କ୍ଷେତ୍ରୟଵରପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ରାଜେନ୍ଦ୍ର କୁମାର ଗୈାଡ, ଜିଲ୍ଲା ପରିଷଦ ସଭ୍ୟ ଅମିତ୍ କୁମାର ନାୟକ, ସମିତି ସଭ୍ୟ।ଙ୍କ ପ୍ରତିନିଧି ରଙ୍କନିଧି ପରିଛା, ସମାଜସେବୀ ରାମେଶ୍ବର ପାତ୍ର ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀ ତଥା ଉପସ୍ଥିତ ସୁଧିବୃନ୍ଦଙ୍କୁ ଉଦବୋଧନ ଦେଇଥିଲେ ।
ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ସାମଲଙ୍କ ପୈ।ରହିତ୍ୟରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଅଧ୍ୟାପକ ରାମଚନ୍ଦ୍ର ମହାନ୍ତି ସ୍ବାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଗିରିଧାର ନାୟକ ମହାବିଦ୍ୟାଳୟର ସମସ୍ୟା
ବିଷୟ ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମହାବିଦ୍ୟାଳୟର ଛାତ୍ରୀଗଣ ପ୍ରାରମ୍ଭିକ ସଙ୍ଗୀତ ଏବଂ ଉଦଯାପନ ସଙ୍ଗୀତ ଗାନ କରିଥିବା ବେଳେ ଅଧ୍ୟାପକ ରାମଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।