(ରିିପୋର୍ଟସ ଟୁଡ଼େ / ଶୁଭସ୍ନିତା ଦାଶ ) : ଆମେ ସାଧାରଣତଃ କୌଣସି କାମ କରିବାକୁ ବାହାରିଥୁବା ବେଳେ ଗୋଟିଏ ଜିନିଷ ମୁଣ୍ଡରେ ଥାଏ କି ସମ୍ପୃକ୍ତ କାର୍ୟ୍ୟରୁ ସଫଳତା ମିଳୁ ଜ୍ଝ ହେଲେ ଜୀବନରେ କେତେବେଳେ ସଫଳତା ତ କେତେବେଳେ ବିଫଳତାକୁ ସାମନା କରିବାକୁ ପଡ଼ିଥାଏ । ଏହା ସତ୍ତ୍ୱେ ବିଫଳତାର ପ୍ରତିଶତକୁ କମାଇବା ସହ ସଫଳତାର ମାତ୍ରା ବଢାଇବାକୁ ଆସନ୍ତୁ ଜାଣିବା କିଛି ଉପାୟ । ଏହାଦ୍ୱାରା କାର୍ୟ୍ୟରେ ସଫଳତା ମିଳିବାର ଆଶା ଦ୍ୱିଗୁଣିତ ହୋଇଯିବ । ତେଣୁ ଆପଣ ସପ୍ତାହର ପ୍ରତ୍ୟେକ ବାରରେ ଏହିପରି ଉପାୟ ଅବଲମ୍ୱନ କରି ବାହାରକୁ ଯାଆନ୍ତୁ, ସଫଳତା ନିଶ୍ଚୟ ପାଇବାର ଆଶା ରଖନ୍ତୁ ।
ସୋମବାର ଘରୁ ବାହାରିବା ସମୟରେ ଆପଣ ଆଇନା ଦେଖି ବାହାରନ୍ତୁ । ଆପଣଙ୍କ କାମ ନିଶ୍ଚୟ ପୂରା ହେବ ।
ମଙ୍ଗଳବାର ଘରୁ ବାହାରିଲା ବେଳେ ଗୁଡ଼ ଖାଇ ବାହାରନ୍ତୁ । ଗୁଡ଼ରେ ମଧୁରତା ଭରି ରହିବା ପରି ଆପଣଙ୍କ ଦିନ ମଧ୍ୟ ଭଲରେ କଟିବା ସହ ସଫଳତା ପାଇବେ ।
ବୁଧବାର ଘରୁ ବାହାରକୁ ଗଲା ବେଳେ ଧନିଆ ଖାଇ ବାହାରନ୍ତୁ । ଆପଣଙ୍କ କାମ ନିଶ୍ଚୟ ପୂରା ହେବ ।
ଗୁରୁବାର ଆପଣ ଧଳା ବସ୍ତ୍ର ପରିଧାନ କରନ୍ତୁ । ଏହା ସହ ଜିରା ଖାଇ ଘରୁ ବାହାରନ୍ତୁ । ଆପଣଙ୍କ ଦିନ ଭଲରେ କଟିବା ସହ କାର୍ୟ୍ୟରେ ସଫଳତା ପାଇବେ
ଶୁକ୍ରବାରରେ ଆପଣ ବାହାରକୁ ଗଲାବେଳେ ଦହି ଖାଇ ଯାଆନ୍ତୁ । ଏହା ଆପଣଙ୍କୁ ଶୁଭ ଫଳ ଦେବ ।
ଶନିବାର ବାହାରକୁ ଯିବା ବେଳେ ଅଦା ଖାଇ ବାହାରନ୍ତୁ । ଆପଣଙ୍କ କାମରେ କୌଣସି ବାଧା ଆସିବ ନାହିଁ । ଆଉ ଆପଣ କାର୍ୟ୍ୟରେ ସଫଳତା ପାଇବେ ।
ରବିବାର କିଛି ଜରୁରୀ କାମରେ ବାହାରକୁ ଯାଉଛନ୍ତି, ତାହାଲେ ପାନ ଖାଇବାକୁ ଭୁଲନ୍ତୁ ନାହିଁ । ଆପଣଙ୍କ କାମ ପୁରା ହେବାରେ କୌଣସି ବାଧା ଆସିବ ନାହିଁ ।