କଳିଙ୍ଗା ଘାଟିରେ ପୁଣି ଦୁର୍ଘଟଣା

(ରଜନୀକାନ୍ତ ପାତ୍ର / ଗଞ୍ଜାମ): ଗଂଜାମ-କନ୍ଧମାଳ ସୀମାନ୍ତରେ ଥିବା କଳିଙ୍ଗା ଘାଟିରେ ପୁଣି ଦୁର୍ଘଟଣା ଘଟିଛି । ଏକ ସିମେଣ୍ଟ ବୋଝେଇ ଟ୍ରକ ଘାଟି ମଧ୍ୟ ଭାବରେ ଓଲଟି ପଡିଥିବା ବେଳେ ଡ୍ରାଇଭର ହେଲ୍ପର ଗୁରୁତ୍ଵର ଆହତ ହୋଇଥିବା ସୂଚନା ମିଳିଛି । ତେବେ ଆହତ ମାନଙ୍କୁ ପ୍ରଥମେ ଭଂଜନଗର ଓ ପରେ ପରେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ବ୍ରେକ ଫେଲରୁ ଦୁର୍ଘଟଣା ଘଟିଥିବା ପୋଲିସ ଅନୁମାନ କରି ଘଟଣାର ତଦନ୍ତ ଚଳାଇଛି ।