କଳାକୃତି ପ୍ରବେଶ ପଥ : ରସୁଲଗଡ଼

(ରିପୋଟରର୍ସ ଟୁଡ଼େ): ସ୍ମାଟସିଟିରେ ଆରମ୍ଭ ହୋଇଛି ସ୍ମାର୍ଟ ପ୍ରବେଶ ପଥ । ପ୍ରବେଶ ପଥ କୁହାଯାଉଥିବା ରସୁଲଗଡ଼ ଛକରେ ସୌନ୍ଦର୍ୟ୍ୟକରଣ ପାଇଁ ସହରର ପ୍ରସିଦ୍ଧ ସ୍ଥାନକୁ ଚିତ୍ରିତ କରାଯାଉଥିବା ବେଳେ ପ୍ରସ୍ତୁତ ହେଉଛି ଏକ ନିଆରା କଳାକୃତି। କେବଳ ସ୍କ୍ରାପ୍ ବ୍ୟବହାର କରି ହେଉଥିବା ଏହି ସୌନ୍ଦର୍ୟ୍ୟକରଣ ଭାରତୀୟ ଜାତୀୟ ରାଜପଥ ପ୍ରାଧୀକରଣ(ଏନ୍ଏଚ୍ଏଆଇ) ପକ୍ଷରୁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ୱେଜ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଅନ୍ତଃରାଷ୍ଟ୍ରୀୟ ଖ୍ୟାତି ସମ୍ପନ୍ନ ଶିଳ୍ପୀ ମାନବ ଗୁପ୍ତା କରୁଛନ୍ତି। ଏଥିରେ ଜଳ ଉତ୍ସର ପୁନର୍ବିନିଯୋଗ ଏହି କଳାକୃତିର ପ୍ରମୁଖ ବାର୍ତ୍ତା ହେବାକୁ ଯାଉଛି। ଖୁବ୍ଶୀଘ୍ର ଏହି ‘ପବ୍ଲିକ୍ ଆର୍ଟ’ ସର୍ବସାଧାରଣଙ୍କ ପାଇଁ ଉତ୍ସର୍ଗ ହେବାକୁ ଯାଉଛି।