କରୋନା ସମୟରେ ଛାତ୍ରାଛାତ୍ରୀଙ୍କ ଉପରେ ରି-ଆଡ଼ମିଶନ ଜୁଲୁମ

(ଦୀପକ ମିଶ୍ର/ଉଦଳା): ମହାମାରୀ କରୋନା ଯୋଗୁଁ ଏବେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୂର୍ବଳ ହୋଇଯାଇଥିବା ବେଳେ ଏଭଳି ସମୟରେ କଲେଜରେ ରି-ଆଡମିସନ ପାଇଁ ଫି ବୃଦ୍ଧିକୁ ନେଇ ତାତିଛନ୍ତି ଛାତ୍ରଛାତ୍ରୀ । ମୟୁରଭଞ୍ଜ ଜିଲ୍ଲା ନୁଦଡିହାର ମେଘାସନ କଲେଜରେ ରି-ଆଡମିସନ ପାଇଁ ଫି ବୃଦ୍ଧିକୁ ନେଇ ଆଜି ଛାତ୍ରଛାତ୍ରୀମାନେ ଗେଟରେ କଲେଜ ଗେଟ୍ରେ ତାଲା ପକାଇବା ସହ ଧାରଣାରେ ବସିଥିଲେ । ଫି ବୃଦ୍ଧି ନ କରିବା ପାଇଁ ପୂର୍ବରୁ ଛାତ୍ରଛାତ୍ରୀମାନେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ବି କୌଣସି ପଦକ୍ଷେପ ନିଆ ଯାଇନଥିଲା । ତେବେ ଏହି ଫି ବୃଦ୍ଧିକୁ ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି । କିଛି ମାତ୍ରାରେ ଫି କମାଇବା ପାଇଁ କଲେଜ ପ୍ରଶାସନିକ ଅଧିକାରୀ ପ୍ରତିଶୃତି ଦେବା ପରେ ଛାତ୍ରଛାତ୍ରୀମାନେ ଧାରଣାରୁ ଉଠିଥିଲେ ।