କରୋନା ପାଇଁ ସମସ୍ତ ସରକାରୀ,ଘରୋଇ ସ୍କୁଲରେ ପରୀକ୍ଷା ସ୍ଥଗିତ

(ମୃତ୍ୟୁଞ୍ଜୟ ଭୋଇ)ଭୁବନେଶ୍ୱର: କରୋନା ପାଇଁ ରାଜ୍ୟରେ ଥିବା ସମସ୍ତ ସରକାରୀ,ଘରୋଇ ସ୍କୁଲ ପରୀକ୍ଷା ସ୍ଥଗିତ । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ନିର୍ଦ୍ଦେଶ ଥିବା ବେଳେ ଏବେ ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ନିର୍ଦ୍ଦେଶ କ୍ରମେ ପ୍ରଥମରୁ ନବମ ଓ ଏକାଦଶ ଶ୍ରେଣୀ ପର୍ୟ୍ୟନ୍ତ ହେବାକୁ ଥିବା ପରୀକ୍ଷା ସ୍ଥଗିତ ରଖାଯାଇଛି । ହେଲେ ଦ୍ୱାଦଶ ପରୀକ୍ଷା କିନ୍ତୁ ନିର୍ଦ୍ଧାରିତ ସମୟରେ ଚାଲିବ ବୋଲି ସୂଚନା ଦିଆଯାଇଛି । ଶିକ୍ଷକମାନେ ସ୍କୁଲକୁ ନଆସିବାକୁ ନିର୍ଦ୍ଦେଶ ରହିଛି। ସ୍କୁଲକୁ ନଆସିଲେ ବି ଶିକ୍ଷକମାନେ ଆଲର୍ଟ ରହିବେ । ଜରୁରୀ ନିର୍ଦ୍ଦେଶ ପାଇଁ ଫୋନରେ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦଶମ ଓ ଦ୍ୱାଦଶ ପରୀକ୍ଷା ଖାତାଦେଖା ଯଥାରୀତିରେ ଚାଲିବ ବୋଲି କୁହାଯାଇଛି ।