କରୋନାକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ବଡ଼ ଘୋଷଣା

(ରିପୋର୍ଟସ ଟୁଡ଼େ)ଆମେରିକା: କରୋନା ସାରା ବିଶ୍ୱରେ କାୟା ବିସ୍ତାର କରିଛି। କରୋନାକୁ ଡ଼ବ୍ୟୁଏଚଓ ବିଶ୍ୱ ମହାମାରୀ ରୂପେ କରିଛି। ତେବେ ଆମେରିକା ରାଷ୍ଟ୍ରପତି ମଧ୍ୟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଆମେରିକାକୁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଟ୍ରମ୍ପ କରୋନା ଭାଇରସର ସ୍ଥିତିକୁ ନେଇ ନିଜର ସମ୍ବୋଧନରେ କହିଛନ୍ତି, ରାଜ୍ୟଗୁଡ଼ିକୁ ଏହି ମହାମାରୀ ମୁକାବିଲା ପାଇଁ ୫୦ ମିଲିୟନ ଡଲାର ଦିଆଯିବ। ସେ ଆମେରିକାରେ ଜରୁରୀକାଳୀନ ଘୋଷଣା କରିଛନ୍ତି। ଟ୍ରମ୍ପଙ୍କ ପରାମର୍ଶଦାତା ଏବଂ ବିଶେଷଜ୍ଞ କହିଥିଲେ, ଯଦି ସମୟ ପୂର୍ବରୁ ଏହାକୁ ନିୟନ୍ତ୍ରଣ ପାଇଁ ଉଦ୍ୟମ କରା ନଯିବ, ତାହେଲେ ୧୫ କୋଟି ଲୋକ ପ୍ରଭାବିତ ହୋଇପାରନ୍ତି।
ଟ୍ରମ୍ପ କରୋନା ଭାଇରସ ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଏହି ବଡ଼ ନିଷ୍ପତ୍ତି ନେଇଥିବା ଜଣାଯାଇଛି । ସେ କହିଛନ୍ତି, ଆଗାମୀ ଦିନରେ ଆମକୁ କିଛି ତ୍ୟାଗ କରିବାକୁ ପଡିବ । କିନ୍ତୁ କିଛି ସମୟ ଯାଏଁ ଏହି ତ୍ୟାଗ କରିବା ପରେ ଲାଭ ହେବ। ସେ କହିଛନ୍ତି, ଆଗାମୀ ୮ ସପ୍ତାହ କଠିନ ହେବ । ଆମେରିକାରେ ଏପର୍ୟ୍ୟନ୍ତ ୧୧୦୦ରୁ ଅଧିକ ଲୋକ ଏହି ଭାଇରସ ସଂସ୍ପର୍ଶରେ ଆସିଛନ୍ତି। ୪୦ ଜଣଙ୍କର ମୃତ୍ୟୁ ହୋଇସାରିଛି। ଆମେରିକା ଭଳି ଏକ ବିକାଶଶୀଳ ଦେଶ ପାଇଁ କରୋନା ଭାଇରସ ଚିନ୍ତାର ବିଷୟ ପାଲଟିଛି । ଏହା ପୂର୍ବରୁ ସ୍ପେନ ମଧ୍ୟ ଦେଶରେ ଜରୁରୀକାଳୀନ ଘୋଷଣା କରିଥିଲା। ଏବେ ସମଗ୍ର ବିଶ୍ୱରେ ଭାଇରସ ଯୋଗୁଁ ୧ ଲକ୍ଷ ୩୫ ହଜାର ଲୋକ ସଂକ୍ରମିତ ଅଛନ୍ତି ଏବଂ ୪୯୦୦ ଲୋକଙ୍କ ମୃତ୍ୟୁ ହୋଇସାରିଛି ।