(ଭୁବନେଶ୍ୱର) : ରାଜ୍ୟରେ କମିଲା ପେଟ୍ରୋଲ ଡିଜେଲ ଦର । ଗାଡି ଚାଳକଙ୍କ ପାଇଁ ଦିପାବଳୀରେ କେନ୍ଦ୍ରସରକାରଙ୍କ ଭେଟି । କିଛିଦିନ ହେବ ଲଗାତର ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଥିଲା । କିନ୍ତୁ ଏହା ଉପରେ ଲଗାଯାଇଛି ରୋକ କମାଯାଇଛି ଦର । ପେଟ୍ରୋଲ ଉପରୁ ୫ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କାର ଏକସାଇଜ୍ ଡ୍ୟୁଟି ହ୍ରାସ କରାଯାଇଛି। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୬ଟଙ୍କା ୧୫ପଇସା ଓ ଡିଜେଲ ଲିଟର ପିଛା ୧୨ ଟଙ୍କା ୮୮ ପଇସା କମିଥିବା ବେଳେ ତେବେ ବର୍ତ୍ତମାନ ଭୁବନେଶ୍ୱରରେ ଲିଟର ପିଛା ପେଟ୍ରୋଲ ଦର ୧୦୪ ଟଙ୍କା ୮୮ ପଇସା ଓ ଡିଜେଲ ଲିଟର ପିଛା ଦର ୯୪ ଟଙ୍କା ୫୧ ପଇସାକୁ ହ୍ରାସ ପାଇଛି । ପୂର୍ବରୁ ପେଟ୍ରୋଲ ଲିଟର ୧୧୧ ଟଙ୍କା ୩ ପଇସା ଥିଲା। ଓ ଡିଜେଲ ଦର ଲିଟର ପିଛା ୧୦୭ ଟଙ୍କା ୩୮ ପଇସା ଥିଲା । ଏହି ନୂଆ ଦର ଗତକାଲି ରାତି ୧୨ଟାରେ ଲାଗୁ ହୋଇଛି।