କଣିହାଁରେ ସବୁଠି ଉଡିଲା ତ୍ରିରଙ୍ଗା

(ଜ୍ୟୋତିରଂଜନ ଧର/,କଣିହାଁ)ରିପୋର୍ଟସଟୁଡେ: ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ ଅନ୍ତର୍ଗତ କଣିହାଁ ବ୍ଲକର ବିଭିନ୍ନ ସ୍ଥାନରେ ୭୩ ତମ ସ୍ୱାଧୀନତା ଦିବସ ଗୁରୁବାର ମହାସମାରୋହ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ଲକ ପ୍ରଶାସନ ପକ୍ଷରୁ ପବିତ୍ର ମୋହନ ସଭାଗୃହ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ନମିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିଭାଷଣ ରଖିଥିଲେ । ବିଡିଓ ରମେଶ କୁମାର ଜେନା ସଭାପତିତ୍ୱ କରିଥିଲେ । ସେହିପରି ଲୋଧାଝରୀ ନୋଡ଼ାଲ ସ୍କୁଲଠାରେ ମଧ୍ୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏଠାରେ ବ୍ଲକ ଉପାଧ୍ୟକ୍ଷ ତ୍ରିପୁରାରୀ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ସେହିପରି କଣିହାଁ ମହାବିଦ୍ୟାଳୟ, ପଥରମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବିଜିଗୋଳ ଭାରତୀୟ ବିଦ୍ୟାନିକେତନ ସ୍କୁଲ ଛାତ୍ରଛାତ୍ରୀ ଏକ ବିରାଟ ଶୋଭାଯାତ୍ରାରେ ଏନଟିପିସି ବାଇପାସ ସହୀଦ ସମ୍ଭ ନିକଟକୁ ଆସି ପ୍ରଦୀପ ପ୍ରଜ୍ଜ୍ୱଳ, ମାଲ୍ୟାର୍ପଣ କରିଥିଲେ । ପରେ ଶିକ୍ଷାନୁଷ୍ଠାନରେ ପ୍ରଧାନ ଆଚାର୍ଯ୍ୟା ପ୍ରେମଲତା ପାଣିଙ୍କ ସଭାପତିତ୍ୱରେ ପରିଚାଳନା କମିଟି ସଭାପତି ପ୍ରତାପ କୁମାର ସିଂ ପତାକା ଉତ୍ତୋଳନ କରିବା ସହ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସହପ୍ରଧାନ ଆଚାର୍ଯ୍ୟ ଅନୁକୁଳ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅନୁରୂପ ଭାବରେ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଅନୁଷ୍ଠାନର ପ୍ରଧାନଆଚାର୍ଯ୍ୟ ମନୋଜ କୁମାର ମଲ୍ଲିକ ସଭାପତିତ୍ୱରେ ସ୍କୁଲ ପରିଚାଳନା କମିଟି ସଭାପତି ପ୍ରହ୍ଲାଦ ଚନ୍ଦ୍ର ପାଣି ମୁଖ୍ୟଅତିଥି ପତାକା ଉତ୍ତୋଳନ କରିଥିବା ବେଳେ ସମ୍ମାନିତ ଅତିଥି ରୁପେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ତଥା ଅବସରପ୍ରାପ୍ତ ଶିକ୍ଷକ ପଦ୍ମଚରଣ ମହାପାତ୍ର ଅଭିଭାଷଣରେ ସ୍ୱାଧିନତା ସଂଗ୍ରାମୀ ମାନଙ୍କ ବଳିଦାନ ସଂପର୍କେ ମତବ୍ୟକ୍ତ କରିଥିଲେ । ଦୀପଶିଖା ସରସ୍ୱତୀ ବିଦ୍ୟାମନ୍ଦିର,ଏନଟିପିସି ର ପ୍ରଧାନ ଆଚାର୍ଯ୍ୟ ଶୁଶାନ୍ତ କୁମାର ତ୍ରିପାଠି. ଦଣ୍ଡସିଂହା ଉ.ପ୍ରା. ବିଦ୍ୟାଳୟ ଶିକ୍ଷୟତ୍ରୀ ନିରୁପମା ସାହୁଙ୍କ ସଭାପତିତ୍ୱରେ ଦଣ୍ଡସିଂହା ଗ୍ରାମ୍ୟ କମିଟି ସଭାପତି ଜଳଧର ମହାନ୍ତି ଏବଂ ଗଣ୍ଡବେରେଣା ରିଜିଓନାଲ ହାଇସ୍କୁଲ ପ୍ରଧାନଶିକ୍ଷକ ବିଜୟ କୁମାର ସାହୁଙ୍କ ସଭାପତିତ୍ୱରେ ପରିଚାଳନା କମିଟି ମନ୍ଦର ପରିଡା ଏବଂ କଣିହାଁ ସାମ୍ବାଦିକ ସଂଘ ଅଫିସ ପରିସରରେ ସଭାପତି ଭୂପେନ ଗଡନାୟକଙ୍କ ସଭାପତିତ୍ୱରେ ପତାକା ଉତ୍ତୋଳନ କରିଥିଲେ । ବିଜିଗୋଳ ସଂଗ୍ରାମୀ ଦାଶରଥି ପାଣି ସ୍ମୃତି କମିଟି ପକ୍ଷରୁ ପଂଚାୟତ ଅଫିସ ପରିସରରେ କମିଟି କୋଷାଧକ୍ଷଙ୍କ ସଭାପତିତ୍ୱରେ ଆୟୋଜିତ ଜାତୀୟ ପତାକା ଉତ୍ତୋଳନରେ ବିଜିଗୋଳ ସରପଂଚ ଦୁଶାସନ ସାହୁ ମୂଖ୍ୟଅତିଥି ରୂପେ ଯୋଗଦାନ କରିଥିଲେ । ସେହିପରି କାଣ୍ଡସର ଉପ୍ରା ବିଦ୍ୟାଳୟ, ବିଜିଗୋଳ ପଞ୍ଚାୟତ ହାଇସ୍କୁଲ, କାଣ୍ଡସର-ଆମ୍ବପାଳ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ରଙ୍ଗବେଡ଼ା, ଗଦାଶିଳା, ବଡ଼ଗୁଣ୍ଡୁରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଟାକୁଆ, ଝରାବେରେଣୀ, ଭୀମକାଣ୍ଡ, ହାଟିଂ ସ୍କୁଲ, ଟୋଲକବେଡ଼ା, ରଙ୍ଗବେଡା ଆପଣଙ୍କ ସେବାପରିବାର ପକ୍ଷରୁ ଏନଟିପିସି କେନ୍ଦ୍ରୀୟ ବିଦ୍ୟାଳୟ, ସାରଥୀପାଳ, ଜରଡ଼ା, ସାନତ୍ରିବିଡ଼ା, ବଡ଼ତ୍ରିବିଡ଼ା, କମରେଇ, ଗଣ୍ଡବେରେଣା, ନକନକା, ବଲାଙ୍ଗି, ଗୁଣ୍ଡୁରୀନାଳୀ, ଜମାନିଆ, ମାଳପଶି, ଡେରେଙ୍ଗ ଆଶ୍ରମ, କଳ୍ପତରୁ ମା’ ଭୈରବୀ ଆଶ୍ରମ ସ୍କୁଲ, ଅଦ୍ୱୈତପ୍ରସାଦ, ହରିହରପୁର, ବୋଲ, ଶିବରାମପୁର, କରେଡ଼େଇ, କାଟେଣୀ, ମଣ୍ଡୁଆ, ହରିଚନ୍ଦନପୁର ଆଦି ଶିକ୍ଷାନୁଷ୍ଠାନ ସହ ଜେଆଇଟିପିଏଲ କଣିହାଁ ଓସିପି ପ୍ରକଳ୍ପ ଏବଂ ବିଭିନ୍ନ ବେସରକାରୀ ସଂସ୍ଥାରେ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସୂଚନା ଥାଉକି, ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ସ୍ୱାଧିନତା ଦିବସ ଅବସରରେ ଗୁରୁବାର ଭୋରରୁ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଭାତ ଫେରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ପବିତ୍ର ମୋହନ ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ ଏବଂ କଣିହାଁ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ଉପଲକ୍ଷେ ପୂର୍ବରୁ ଅନେକ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହାକୁ ଦେଖିବା ଲାଗି ଆଖପାଖ ଅଞ୍ଚଳର ଲୋକଙ୍କ ସମାଗମ ହୋଇଥିଲା ।