(ଜ୍ୟୋତିରଂଜନ ଧର)କଣିହାଁ: କଣିହାଁ ବ୍ଲକସ୍ଥିତ ତାଳଚେର ପ୍ରଜାମଣ୍ଡଳ ପରିସରରେ ବୁଧବାର ଦିନ କଣିହାଁ ବ୍ଲକସ୍ତରୀୟ ‘ଲୋକ କଳା ମହୋତ୍ସବ-୨୦୨୦’ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ବ୍ଲକସ୍ତରୀୟ ଲୋକକଳା ମହୋତ୍ସବର ଶୁଭଉଦ୍ଘାଟନୀ ଅବସରରେ କଣିହାଁ ବ୍ଲକ ଅଧକ୍ଷା ନମିତା ସାହୁ ମୁଖ୍ୟଅତିଥି ଭାବରେ ଯୋଗଦେଇ ଦେଶ ତଥା ଆର୍ନ୍ତଜାତୀୟସ୍ତରରେ ଓଡିଶାର ଲୋକ କଳା ବେଶ୍ ପ୍ରସିଦ୍ଧି ଲାଭ କରିବା ସହିତ ରାଜ୍ୟକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ଏଥି ପାଇଁ ଆମ୍ଭେ ସମସ୍ତେ ଗର୍ବିତ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ସମ୍ମାନିତ ଅତିଥି ରୂପେ କଣିହାଁ ଅତିରିକ୍ତ ବିଡିଓ ବିଜୟ କୁମାର ମେହେର, ଜିଲ୍ଲା କଳାକାର ସାମ୍ମୁଖ୍ୟ ସଂଘ ସଭାପତି ତଥା ରାଜ୍ୟ ସଂସାଧନ ସଦସ୍ୟ ଏବଂ ବ୍ଲକ ଲୋକ କଳା ସଂଘ ଉପାଧକ୍ଷ ନବଘନ ସାମଲ, ସଂଘ ସମ୍ପାଦକ ଶରତ ଚନ୍ଦ୍ର ବିଶ୍ୱାଳ, ସାମାଜିକ ସୂରକ୍ଷା ଅଧିକାରିଣୀ ସୁଜତା ନାଏକ, ଜିଲ୍ଲା କଳାକାର ସାମ୍ମୁଖ୍ୟ ସଂଘ ସମ୍ପାଦକ ବିପିନି ବିହାରୀ ପଟ୍ଟନାୟକ, ଜିଲ୍ଲା ମହିଳା ସାମ୍ମୁଖ୍ୟ କଳାକାର ସାମ୍ମୁଖ୍ୟ ସଭାନେତ୍ରୀ ଶାନ୍ତିଲତା ଦାଶ, ବିଜିଗୋଳ ସରପଂଚ ଦୁଶାସନ ସାହୁ, କାକୁଡିଆ ସମିତିସଭ୍ୟା ପୁଷ୍ପାଜଂଳି ସେଠି ପ୍ରମୁଖ ଯୋଗଦାନ କରି ଲୋକ କଳାକୁ ବ୍ୟାପକ ପ୍ରସାର ପ୍ରଚାର କରିବା ଉପରେ ମତବ୍ୟକ୍ତ କରିଥିଲେ । ଗତକାଲି ଏହି ବ୍ଲକସ୍ତରୀୟ ଲୋକ କଳା ମହୋତ୍ସବରେ ୮୨ଗ୍ରୁପ୍ ଭାଗନେଇ ଥିଲେ । ଘୋଡାନୃତ୍ୟ, ପାଇକ ଆଖଡା, ଲଉଡି ଖେଳ, କଣ୍ଢେଇ ନାଚ, ବାଉଁଶ ରାଣୀ, ପାଲା, ବିଭିନ୍ନ ନାମସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ଚିତାକର୍ଷଣ ନାମସଂକୀର୍ତ୍ତନ ପରିବେଷଣ କରାଯାଇଥିଲା । କଣିହାଁ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ଡଃ ପୁର୍ଣ୍ଣଚନ୍ଦ୍ର ପ୍ରଧାନ, ମଦନମୋହନ ସାହୁ ଓ ଗଦାଧର ସାହୁ ପ୍ରମୁଖ ଅବସର ପ୍ରାପ୍ତ ଶିକ୍ଷାବତ ମାନେ ବିଚାରକ ମଣ୍ଡଳୀ ଦାୟିତ୍ୱ ତୁଲାଇଥିଲେ । ବିଚାରକ ମଣ୍ଡଳୀ ପକ୍ଷରୁ ଶେଷାର୍ଦ୍ଧରେ ବାଲିପଶି ଗ୍ରାମପଂଚାୟତ ସଂସାମରା ଗ୍ରାମ ମା’ ହିଙ୍ଗୁଳା କଣ୍ଢେଇନାଚ ଦଳ ପ୍ରଥମସ୍ଥାନରେ ଚୟନ କରାଯାଇଥିଲା । ଆସନ୍ତା ଫେବୃଆରୀ ୭,୮ ଓ ୯ ତାରିଖରେ ତିନିଦିନ ଧରି ହେବାକୁ ଥିବା ଜିଲ୍ଲାସ୍ତରୀୟ ଲୋକ କଳା ମହୋତ୍ସବରେ ମା’ ହିଙ୍ଗୁଳା କଣ୍ଢେଇନାଚ ଦଳ କଣିହାଁ ବ୍ଲକ ପକ୍ଷରୁ ମନୋନୀତ ହୋଇଥିବା ବ୍ଲକ ଲୋକ କଳା ସଂଘ ଉପାଧକ୍ଷା ନବଘନ ସାମଲ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ କଳାକାର ସାମୁଖ୍ୟ ସମ୍ପାଦକ କରୁଣାକର ସେଠି, ଜିଲ୍ଲା କଳାକାର ସାମୁଖ୍ୟର ସହସମ୍ପାଦକ ଲମ୍ବୋଦର ସାହୁ, ବ୍ଲକ ମହିଳା କଳାକାର ସାମୁଖ୍ୟର କୋଷାଧକ୍ଷ ମଲ୍ଲୀ ସାହୁ, ପୁଷ୍ପଲତା ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ,ଚାରୁଲତା ସାହୁ, ସୁଜତା ଗଡନାୟକ,ବଳରାମ ସାହୁ, ଲମ୍ବୋଦର ସାହୁ, ପ୍ରସନ୍ନ ଦାଶ, କବିରାଜ ସାମଲ, ଶିବରାମ ମହାନ୍ତି, ମଙ୍ଗରାଜ ସାମଲ ଏବଂ ବ୍ଲକ କଳାକାର ସାମୁଖ୍ୟର କର୍ମକର୍ତ୍ତା ସହଯୋଗ କରିଥିଲେ ।