(ସରୋଜ କୁମାର ରାଉତ)ଭୁବନେଶ୍ୱର: ବର୍ତ୍ତମାନ ସାରା ବିଶ୍ୱ କରୋନା ଭାଇରସ କବଳରେ ରହିଛି। ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି। ରବିବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୦୭ରେ ପହଞ୍ଚିଲାଣି। କରୋନା ପାଇଁ ସରକାର ଲୋକଙ୍କୁ ସଚେତନ କରୁଛନ୍ତି। ତେବେ ସେପଟେ ଅଭିଯୋଗ, ଆଶଙ୍କାର ଫାଇଦା ନେଇ କିଛି ବେପାରୀ କଳାବଜାରୀ କରୁଛନ୍ତି । ମେଡିସିନ୍ ଦୋକାନରେ ମିଳୁନି ସାନିଟାଇଜର୍, ହ୍ୟାଣ୍ଡ ଓ୍ଵାସ୍ ଓ ମାସ୍କ । ଷ୍ଟକ୍ ରଖିଛନ୍ତି, କିନ୍ତୁ ଗ୍ରାହକଙ୍କୁ ନିରାଶ କରୁଛନ୍ତି । ଆଉ ଯେଉଁଠି ମିଳୁଛି, ଦର ଦୁଇଗୁଣା । ଏ ଅଭିଯୋଗ ପରେ କମିଶନରେଟ ପୋଲିସ ପକ୍ଷରୁ ଆଜି ଭୁବନେଶ୍ୱରର ସବୁ ମେଡିସିନ୍ ଦୋକାନ ଉପରେ ଚଢ଼ାଉ କରାଯାଇଛି।
କମିଶନରେଟ ପୋଲିସର ଆଡଭାଇଜରୀ ପରେ, ସଜାଗ ସପିଂ ମଲ କର୍ତ୍ତୃପକ୍ଷା ମଲ୍କୁ ଆସୁଥିବା ସବୁ ଗ୍ରାହକଙ୍କୁ ସାନିଟାଇଜରରେ ହାତ ସଫା କରିବାକୁ ଦିଆଯାଉଛିା ଗ୍ରାହକମାନଙ୍କୁ ସଚେତନ କରିବାକୁ ମଲ୍ ଭିତରେ ଲାଗିଛି ସଚେତନତା ବାର୍ତ୍ତା। ପରିସ୍କାର ଓ ପରିଚ୍ଛନତା ଉପରେ ଗୁରୁୂତ୍ୱ ଦିଆଯାଇଛିା ସବୁ କର୍ମଚାରୀମାନେ ମାସ୍କ ପିନ୍ଧି କାର୍ଯ୍ୟ କରୁଛନ୍ତି । କମିଶନରେଟ ପୋଲିସ ଆଡଭାଇଜରୀରେ ମଲକୁ ସୀମିତ ସଂଖ୍ୟକ ଗ୍ରାହକଙ୍କୁ ଛାଡିବାକୁ ନର୍ଦ୍ଦେଶ ରହିଛି । ଗ୍ରାହକ ଓ ମଲ କର୍ମଚାରୀଙ୍କ ଭିତରେ ୬ ଫୁଟ୍ ଦୂରତା ରହିବା ମଲ ଭିତରେ କୌଣସି ପ୍ରମୋସନାଲ ଇଭେଣ୍ଟ କରାଯିବ ନାହିଁ । ସେଲସ୍ ମ୍ୟାନ୍ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି ।