ସାଲେପୁର: କଟକ ଜିଲ୍ଲା ସାଲେପୁର ବ୍ଲକର ବାଲିସାହି ପଞ୍ଚାୟତରେ ଥିବା ସମସ୍ତ ଏସ,ଏଚ,ଜି ଗ୍ରୁପର ମା’, ଭଉଣୀଙ୍କର ମିଳିତ ଉଦ୍ୟମରେ ଆଜି ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ୫୧ ହଜାର ଟଙ୍କାର ଚେକପ୍ରଦାନ କରିଛନ୍ତି । ଏସ.ଏଚ.ଜି ମହାସଂଘର ସଭନେତ୍ରୀ ରେଣୁବାଲା ଦାଶ ଏବଂ ସମ୍ପାଦିକା ପ୍ରଭାତୀ ମଲ୍ଲ, ବାଲିସାହି ପଞ୍ଚାୟତ ସଭାପତି ଅଶ୍ୱନୀ ଦାସ, ପି.ଏସ ମେମ୍ବର ବିଭୂତି ଭୂଷଣ ଦାଶ, ରାଜେଶ ମହାନ୍ତିପ୍ରମୁଖ ଯୋଗଦେଇଥିଲେ । ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ବିଡ଼ିଓଙ୍କ ଦ୍ଵାରା୨୦,୫୦୦ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ତହସିଲଦାରଙ୍କ ଦ୍ଵାରା ୩୦,୫୦୦ ଟଙ୍କାର ଚେକ ପ୍ରଦାନ କରିଥିଲେ।