ଭୁବନେଶ୍ୱର: ଏସ୍ସିବି ମେଡିକାଲ ସଂପ୍ରସାରଣ କରି ବିଶ୍ୱସ୍ତରୀୟ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ସମ୍ପ୍ରସାରଣକୁ ତ୍ୱରିତ କରିଛନ୍ତି ସରକାର । ଏହି ସମ୍ପ୍ରସାରଣ ପାଇଁ ଏସ୍ସିବି ମେଡିକାଲ୍ ପରିସରରେ ଥିବା ଏସ୍ସିବି ମେଡିକାଲ୍ ପବ୍ଲିକ ସ୍କୁଲକୁ ଭଙ୍ଗାଯିବ।କୁ ନିଷ୍ପତ୍ତି ହୋଇଛି । ତେବେ ସ୍କୁଲ ଭଙ୍ଗାଯାଉଥିବାରୁ ଏଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ଡିଏଭି ସ୍କୁଲକୁ ସ୍ଥାନାନ୍ତରିତ କରାଯିବ । ଏହି ଖବରକୁ ନେଇ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ମୁଖ୍ୟତଃ ଏହି ସ୍କୁଲରେ ମେଡିକାଲ କଲେଜରେ ନିୟୋଜିତ କର୍ମଚାରୀଙ୍କ ପିଲାମାନେ ପାଠ ପଢିଥାନ୍ତି । କିନ୍ତୁ ସ୍କୁଲ ଭଙ୍ଗାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ । ଆଜି ସ୍କୁଲ ପରିସରରେ ଅଭିଭାବକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏ ଭଳି ନିଷ୍ପତ୍ତି ନେବା ପୂର୍ବରୁ ସ୍କୁଲ କର୍ତ୍ତୃପକ୍ଷ କାହିଁକି ଜଣାଇଲେ ନାହିଁ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି।
SR