ଏସସିବିରେ ନିଆଁ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଗତ କାଲି ରାତିରେ ପୁଣି କଟକ ବଡ଼ ମେଡ଼ିକାଲ୍ରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ କୌଣସି ଜୀବନ ହାନୀ ହୋଇ ନଥିଲେ ମଧ୍ୟ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ପାଉଁଶ ହୋଇ ଯାଇଥିବା ଜାଣିବାକୁ ମିଳିଛି।
ସୂଚନା ମୁତାବକ, ଏସସିବିରେ ଥିବା ପାଥୋଲୋଜି ବିଭାଗର ଦୁଇଟି କୋଠରୀରେ ନିଆଁ ଲାଗିଯାଇଥିଲା । ଏଥିରେ ୧୦ରୁ ଅଧିକ ଏସି ପୋଡି ଯାଇଥିବା ବେଳେ ଲକ୍ଷଲକ୍ଷ ଟଙ୍କାର ଆସବାବ ପତ୍ର ଓ ଯନ୍ତ୍ରପାତି ପୋଡି ପାଉଁଶ ହୋଇଯାଇଛି । ନିଆଁ ଲାଗିବା ପରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବିଭାଗ ତୁରନ୍ତ ସେଠାରେ ପହଞ୍ôଚ ନିଆଁ ଉପରେ ନିୟନ୍ତ୍ରଣ ପାଇଥିଲା । କୁହାଯାଉଛି, ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା । ପୁଲିସ ଏହି ଅଗ୍ନିକାଣ୍ଡର କାରଣକୁ ନେଇ ତଦନ୍ତ ଆରମ୍ଭ କରିଛି ।