( ଭୁବନେଶ୍ୱର /ରିପୋର୍ଟସଟୁଡେ): ବାଲେଶ୍ୱର ଜିଲ୍ଲା ସୋର କଲେଜ ଛକ ନିକଟରେ ଥିବା ଫେଡେରାଲ୍ ବ୍ୟାଙ୍କ ଏଟିଏମ୍ ମେସିନ୍କୁ ଦୁର୍ବୃତ୍ତମାନେ ତାଡ଼ି ନେଇ ଯାଇଛନ୍ତି। ଗତକାଲି ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ଏପରି କରିଥିବା ଜଣାପଡ଼ିଛି।
ତେବେ ଏଟିଏମ୍ରେ କେତେ ଟଙ୍କା ଥିଲା ତାହା ଜଣାପଡ଼ି ନାହିଁ। ଖବର ପାଇ ସୋର ଥାନା ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଖବର ଲେଖାଯିବା ସୁଦ୍ଧା ବ୍ୟାଙ୍କ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି।
ସୂଚନାନୁସାରେ, ଗତ ୧୪ ତାରିଖରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ନିକଟରେ ଥିବା ଏଚ୍ଡିଏଫ୍ସି ବ୍ୟାଙ୍କ ଏଟିଏମ୍କୁ ଦୁର୍ବୃତ୍ତମାନେ ତାଡ଼ି ନେଇଥିବା ଅଭିଯୋଗ ହୋଇଥିଲା।