ରାମ ଜନ୍ମଭୂମି ଉପରେ ନିଷେଦ୍ଧାଦେଶ ଆବେଦନ ଖାରିଜ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଫିଲ୍ମ ରାମ ଜନ୍ମଭୂମି ଉପରେ ନିଷେଦ୍ଧାଦେଶ ଜାରି କରିବାକୁ କରାଯାଇଥିବା ଆବେଦନକୁ ଆଜି ସୁପ୍ରିମ କୋର୍ଟ ଖାରିଜ କରିଦେଇଛନ୍ତି । ଫିଲ୍ମ ଓ ମଧ୍ୟସ୍ଥତା ପ୍ରକ୍ରିୟା ଭିନ୍ନ ହୋଇଥିବାରୁ ଫିଲ୍ମ ଉପରେ ନିଷେଦ୍ଧାଦେଶ ଜାରି କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି କୋର୍ଟ । ରାମ ଜନ୍ମ ଭୂମି ଉପରେ ହୋଇଥିବା ଫିଲ୍ମ ପ୍ରଦର୍ଶନ ହେଲେ ନ୍ୟାୟିକ ପ୍ରକ୍ରିୟା ତଥା ମାମଲାରେ ମଧ୍ୟସ୍ଥତା ପ୍ରକ୍ରିୟା ପ୍ରଭାବିତ ହେବ ବୋଲି ଆବେଦନକାରୀ ଆବେଦନରେ ଦର୍ଶାଇଥିଲେ ।
କିନ୍ତୁ ଜଷ୍ଟିସ୍‌ ଏମ୍‌ ଏ ବୋବଡେ ଏବଂ ଏସ୍‌ ଅବଦୁଲ ନଜିରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ମଧ୍ୟସ୍ଥତା ପ୍ରକ୍ରିୟା ଓ ଫିଲ୍ମ ପ୍ରଦର୍ଶନ ମଧ୍ୟରେ କୌଣସି ସମ୍ପର୍କ ନାହିଁ । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦୁଇ ସପ୍ତାହ ପରେ ହେବ ବୋଲି କୋର୍ଟ କହିଛନ୍ତି ।