ଆଶାୟୀଙ୍କ ଭାଗ୍ୟ ତାମିଲ ଅଧିକାରୀଙ୍କ ହାତରେ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ନିର୍ବାଚନ ଆଚରଣ ବିଧି ଓ ତାରିଖ ଘୋଷଣା ହେବାର ୪ ଦିନ ବିତିଲାଣି । ସବୁ ଦଳର ପ୍ରାର୍ଥୀ ଟିକେଟ ପାଇଁ ଧାଇଁଛନ୍ତି ଦଳର ରାଜ୍ୟ ପ୍ରଭାରୀ ବା ସଭାପତିଙ୍କ ନିକଟକୁ । କିନ୍ତୁ ବିଜେଡି ଶିବିରରେ ଦେଖିବାକୁ ମିଳୁଛି କିଛି ନିଆରା ଦୃଶ୍ୟ । ନବୀନ ନିବାସରେ ପ୍ରାର୍ଥୀଙ୍କ ଭିଡ ଲାଗି ରହୁଥିଲେ ବି ଟିକେଟ ବାଣ୍ଟିବା ପାୱାର ସୁପ୍ରିମୋଙ୍କ ନିକଟରେ ନଥିବା ବିଜେଡି ଶିବିରର କିଛି ପୁରୁଣା ନେତାଙ୍କଠାରୁ ଶୁଣିବାକୁ ମିଳୁଛି ।
କୁହାଯାଉଛି, କାହାକୁ ଟିକେଟ ଦିଆଯିବ ବା କାହାକୁ ତାଲିକାରୁ ହଟା ଯିବ ସେ ଦାୟିତ୍ୱ ସମ୍ପୂର୍ଣ୍ଣ ରୂପେ ଜଣେ ଅଣ ଓଡିଆ ଅଧିକାରୀଙ୍କ ହାତରେ । ତେଣୁ ତାଙ୍କ ପାଖକୁ ଧାଇଁଛନ୍ତି ଦଳର ପୁରୁଣା ନେତା । ସମସ୍ତେ ତାଙ୍କ ଶରଣ ପସିଛନ୍ତି । ତାଙ୍କୁ ପଟେଇବାକୁ ଚାଲିଛି ପ୍ରତିଯୋଗିତା । ଆହୁରି ଶୁଣିବାକୁ ମିଳୁଛି, ଉପକୂଳର ଦୁଇ ଯୁବ ନେତା କୁଆଡେ ଏହି ଅଣ ଓଡିଆ ଅଧିକାରୀଙ୍କ ଦୁଇ ହାତ ସାଜିଛନ୍ତି । ସେମାନଙ୍କ ପରାମର୍ଶରେ ଅଧିକାରୀ ତାଲିକା ପ୍ରସ୍ତୁତରେ ବ୍ୟସ୍ତ । କୁହାଯାଉଛି, ଦଳର ଅଧିକାଂଶ ନେତାଙ୍କ ନାମ କାଟି ତାଲିକାରେ ନୂଆ ନାଁ ଭରା ଯାଉଛି ।
ଅନେକ ଦଳୀୟ ଆଶାୟୀ ନିଜ ନାମକୁ ଗୋପନ ରଖି କହିଛନ୍ତି, ଅଧିକାରୀ ଯାହା ପ୍ରତି ସଦୟ ହେବେ ତାର ଭାଗ୍ୟ ଉଜ୍ଜଳ । ତେବେ ଉକ୍ତ ଦୁଇ ଉପକୂଳିଆ ନେତା ଅଧିକାରୀଙ୍କ ନିକଟରେ ଜଗି ରହୁଛନ୍ତି ସବୁ ସମୟରେ । ତାଙ୍କ ନିକଟକୁ କାହାରିକୁ ସିଧା ସଳଖ ଛଡାଯାଉନାହିଁ । ଏହି ଦୁଇ ନେତାଙ୍କ ଭାଇୟା ହୋଇ ଯିବାକୁ ପଡୁଛି ଅଧିକାରୀଙ୍କ ନିକଟକୁ । ଏଠି ସୁପ୍ରିମୋ ନାମକୁ ମାତ୍ର । ଅସଲ ସୁପ୍ରିମୋ କହିଲେ ଅଧିକାରୀଙ୍କୁ ବୁଝା ଯାଉଛି । ଦଳରେ ସୁପ୍ରିମୋ କୁଆଡେ ରବର ଷ୍ଟାମ୍ପ ତାମିଲନାଡୁରୁ ଆସି ସେ ଓଡିଆଙ୍କ ଭାଗ୍ୟ ସଜାଡୁଥିôବାକୁ ନେଇ ମଧ୍ୟ କେତେକ ନେତା ଅସନ୍ତୋଷ ବ୍ୟକ୍ତ କରୁଥିବା କୁହାଯାଉଛି ।